ସାହିତ୍ୟ ପରିଷଦର ଶାରଦୀୟ ବଂଧୁମିଳନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ହିମସାରମନା ସାହିତ୍ୟ ପରିଷଦ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ ସହିତ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ର ସଭାପତି କୃଷ୍ଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ସଭ୍ୟ ନାରାୟଣ ଦାସ, ଉପଦେଷ୍ଟା ତାରାକାନ୍ତ ଘଡେଇ, ବୃନ୍ଦାବନ ସାହୁ, ରମାକାନ୍ତ ସାହୁ, ସତ୍ୟବାଦୀ ଗାହାଣ, ବିଶ୍ଵନାଥ କରଣ ପ୍ରମୁଖ ଯୋଗ ଦେଇ ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବିଶେଷ କରି ପରିଷଦର ମୁଖପତ୍ର ପବନସୂତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ସାହୁ, ଅଭିମନ୍ୟୁ ରାଉତ, ରମେଶ ରାଉତ, ନନ୍ଦ କିଶୋର ପରିଡା, ପବନ ନାୟକ, କେଶବ ଚନ୍ଦ୍ର ସେଠୀ, ଅଭୟ ତ୍ରିପାଠୀ, ରମାକାନ୍ତ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇଥିଲେ । ସାଧାରଣ ସମ୍ପାଦକ ଦାମୋଦର ନାୟକ ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ସଦସ୍ୟ ରାମଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


