ମହୁପଦର ଗ୍ରାମପଞ୍ଚାୟତରେ କରୋନା ସଚେତନ ରାଲି
ଶେରଗଡ଼, (ଦେବୀ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲାରେ କୋରାନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶେରଗଡ ବ୍ଳକ ରେ ଆରମ୍ଭ ହୋଇଛି ଜନସଚେତନତା ରାଲି ଶେରଗଡ ବ୍ଳକ ଅନ୍ତର୍ଗତ ମହୁପଦର ଗ୍ରାମପଞ୍ଚାୟତର ମହୁପଦର ଗ୍ରାମରେ ଏକ କୋରନା ସଚେତନତା ରାଲି ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଏହି ରାଲି ମହୁପଦର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରୁ ଗ୍ରାମକୁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ-୧୯ ନିୟମକୁ ପାଳନ କରିବା ନିମନ୍ତେ ନିବେଦନ କରିଥିଲେ ।ସରକାରଙ୍କ ଲକଡାଉନ ଓ ସଟଡାଉନ କୁ ମାନିବା ମାସ୍କ ପିନ୍ଧିବା ସର୍ବସାଧାରଣ ସ୍ଥାନ ରେ ଛେପ ନପକାଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପୋଖରୀରେ ସ୍ନାନ ନକରିବା ହାତକୁ ସାବୁନରେ ଧୋଇବା ଇତ୍ୟାଦି ସ୍ଲୋଗାନ ମାନ ଦେଇ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ପରିଦର୍ଶିକା ମଞ୍ଜୁଳା କୁମାରୀ ପଟ୍ଟନାୟକ,ଅଙ୍ଗନବାଡି କର୍ମୀ ବବିତା ମାହାନ୍ତି, ଆଶା ବିଷ୍ଣୁପ୍ରିୟା ଡାକୁଆ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ଯା ଓ ଗ୍ରାମ ଯୁବକ ସଂଘ ର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଲୋକ ମାନଙ୍କୁ ସଚେତନ କରିଥିଲେ