ମହୁଲ ପୋଚ ,ଦେଶୀ ଓ ବିଦେଶୀ ମଦ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ଓ ଜବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପି. ଧରୁଆଙ୍କ ନିର୍ଦେଶ କ୍ରମେ ରାଇରଙ୍ଗପୁର ଅବକାରୀ ଓ ଆଇସି ହରିହର ସିଂ ଙ୍କ ନେତୃତ୍ୱରରେ ବିଶୋଇ ବ୍ଲକର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଆଜି ଏକ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ମହୁଲ ପୋଚ ,ଦେଶୀ ଓ ବି ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି । ବିଶୋଇ ଥାନା ଅଧିନ ଶିମିଳିପାଳ ପାଦଦେଶରେ ଥିବା କୂଳଗିଡ଼ିହି, ମାଖୁନା, ପନଖି,ନଙ୍ଗଳବେଣ୍ଟ ପୋଖରିଆ, ଆଦି ଗ୍ରାମ ସନ୍ନିକଟ ଜଙ୍ଗଲରେ ଚାଲିଥିବା ବେଆଇନ ଚୋରା ମଦ କାରଖାନା ଉପରେ ଅତର୍କିତ ଚଢ଼ାଉ କରି ୫୦୦କେ.ଜି ମହୁଲ ପୋଚ ଓ ୨୦ ଲିଟର ଚୋରା ଦେଶୀ ମଦ ସହିତ ମଦ ତିଆରି ସାଜ ସରଂଜାମ ଜବତ କରି ନଷ୍ଟ କରି ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ । ଅପରାହ୍ଣରେ ମନଦା ସାପ୍ତାହିକ ହାଟ ଅବସରରେ ମନଦା ଫାଣ୍ଡି ଅନ୍ତର୍ଗତ ନୂଆଗାଁ, ଅସନା, କାଦୁଆଣୀ, ଓ ମହିସକୁଦର ଆଦି ଗ୍ରାମର ରାସ୍ତା କଡରେ ବିକ୍ରିହେଉଥିବା ୩୦ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ଘଟଣାରେ କେହି ଗିରଫ ହୋଇନଥିଲେ ମଧ୍ୟ ମାମଲା ରୁଜୁ ହୋଇ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ପାଈଁ ଉଦ୍ୟମ ଜାରିରହିଥିବା ଓ ଆଇ ସି ଶ୍ରୀ ସିଂ କହିଛନ୍ତି । ଏହି ଚଢ଼ାଉ ଅଭିଯାନରେ ଏ ଏସ ଆଇ ସିଧେଶ୍ୱର ନାଏକ, କନେଷ୍ଟବଳ ସଚିପତି ମହାନ୍ତ, ଚୁଡାମଣି ସିଂ, ସୁମନ୍ତ ମହାନ୍ତ, ଅମ୍ବିକା ନାଏକ ,ତ୍ରିବେଣୀ ମହାନ୍ତ, ଶମ୍ଭୁନାଥ ପାତ୍ର ,ଗୌତମ ମହାନ୍ତପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ