ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କ ଫୋର୍ସ ଏଫ୍ ଉଦଘାଟନୀ ସମାରୋହ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା ( ଶିକ୍ଷା) ଭିତ୍ତିକ ନୂତନ ଟାସକ୍ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମହୋତ୍ସବ ପାରଳା ପୌର ପରିଷଦ ଅଧ୍ୟକ୍ଷ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ଶ୍ରୀ ଯୁବୁଲି ଚରଣ ବେହେରା ସ୍ୱତନ୍ତ୍ର ଅତିଥିଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି । ଏହି କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ଦେଇଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଓ ପୁରାତନ ଛାତ୍ର ଭାଗବତ ପାଢ଼ୀ ପରିଚାଳନା କରିଥିଲେ । ଏହି ଅବସରରେ କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସିଆରସି ଏମ୍.ଉମାପତି, ଏସ୍. ଏମ୍. ସି. ସସ୍ମିତା ଗନ୍ତାୟତ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଶିକ୍ଷା ଆନୁସାଙ୍ଗିକ ଖେଳ, ଗୀତ,ଅଭିନୟ ଚିତ୍ରାଙ୍କନ, ତର୍କ, ଭାଷଣ, ଜ୍ଞାନ ବିଜ୍ଞାନ, ଜଣାଅଣା, ଜାଣିବା ପାଇଁ ଶିକ୍ଷକ, ପୁରାତନ ଛାତ୍ର, ଗୋଷ୍ଠୀ ର ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରାମଶଙ୍କର ଗନ୍ତାୟତ, ପ୍ରକାଶ ପାତ୍ର,କବିତା ରାଉତ, ୱାଇ ଶିବ କୁମାର, ଶ୍ରୀଲକ୍ଷ୍ମୀ ପ୍ରମୁଖ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।