ମହେନ୍ଦ୍ରତନୟା ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପାରଳା ସ୍ୱାଭିମାନ ମଞ୍ଚର ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -୧୨ବର୍ଷ ବିତିଲା ତଥାପି ମହେନ୍ଦ୍ରତନୟା ସେଚ ପ୍ରକଳ୍ପରୁ ଗଜପତିର ଚାଷୀ ଟୋପାଏ ହେଲେ ବି ପାଣି ପାଇପାରିଲେ ନାହିଁ । ବିଭିନ୍ନ ସମୟରେ ବିଜେଡି ସରକାର ଲୋକଙ୍କୁ ଭୁଆଁ ବୁଲାଇ ମହେନ୍ଦ୍ରତନୟା ପ୍ରକଳ୍ପ ନାମରେ ମିଥ। । ପ୍ରତିଶୃତି ଦେଇ କେବଳ ଭୋଟ ବ୍ୟାଙ୍କକୁ ଆୟତ୍ତ କରୁଛନ୍ତି । ଏଠାକାର ଚାଷୀ ,କୃଷକ ଓ ଶ୍ରମିକ ଚାଷ ବେଉଷଣ ପାଇଁ ଜମିକୁ ପାଣି ନ ପାଇ ଦାଦନ ଶ୍ରମିକ ସାଜି ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ମହେନ୍ଦ୍ରତନୟା ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରାନଗଲେ ସମଗ୍ର ଅଞ୍ଚଳର ଚାଷୀ ଓ କୃଷକଙ୍କ ସହଯୋଗରେ ପାରଳା ସ୍ୱାଭିମାନ ମଞ୍ଚ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ମଞ୍ଚର ମୁଖ୍ୟ ଡାଃ. ତିରୁପତି ପାଣିଗ୍ରାହୀ ସରକାରଙ୍କୁ ସତର୍କ କରିଛନ୍ତି । ଗଜପତି ଜିଲା ରାୟଗଡ ବ୍ଲକ ଡମ୍ବାପୁର ନିକଟସ୍ଥ ମହେନ୍ଦ୍ରତନୟା ପ୍ରକଳ୍ପକୁ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡାଃ. ତିରୁପତି ପାଣିଗ୍ରାହୀ ରବିବାର ଅପରାହ୍ନରେ ଚାଷୀ ଓ କୃଷକ ମାନଙ୍କ ସହ ଗସ୍ତକରି ସେଠାରେ ସ୍ଥିତି ଅନୁଧ୍ୟାନକରି ଉଦବେଗ ପ୍ରକାଶ କରିଥିଲେ । ୨୦୦୮ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଲ୍ପର ଶିଳାନ୍ୟାସ କରିଥିବା ବେଳେ ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏହି ଅଞ୍ଚଳର କୃଷି ଓ କୃଷକମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିବା ମିଛ ଡିଣ୍ଡିମ ପିଟି ସରକାରୀ ଦଳ ଓ କଳ ଏକ ରାଜନୈତିକ ଫାଇଦା ଉଠାଇ ପ୍ରତ୍ୟେକ ନିର୍ବାଚନରେ ଭୋଟବ୍ୟାଙ୍କ ତିଆରି କରୁଛନ୍ତି, କିନ୍ତୁ ଆଜିସୁଦ୍ଧା ଉକ୍ତ ପ୍ରକଳ୍ପ ଦ୍ୱାରା ଜଣେ କେହି ଚାଷି ଉପକୃତ ହୋଇପାରି ନାହାନ୍ତି । ମହେନ୍ଦ୍ରଗିରିରୁ ପ୍ରବାହିତ ନଦୀ ଓ ଏହାର ଭୁତଳ ଜଳକୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର ପଲାସା ମଣ୍ଡଳ ଅଞ୍ଚଳରେ ଏକ କୁତ୍ରିମ ନଦୀ ତିଆରି କରି ସେଠାକାର ଚାଷିମାନଙ୍କ ଜିବୀକା ଅର୍ଜନର ମହତ୍ତକାର୍ଯ୍ୟ କରୁଥିବାବେଳେ ଦୀର୍ଘ ୧୨ ବର୍ଷଧରି ଚାଲିଥିବା ପ୍ରକଳ୍ପ କାର୍ଯ୍ୟରେ ଆଜିଯାଏଁ ଜଳ ସଂରକ୍ଷଣ ଓ କେନାଲ ସଂଯୋଗ କାର୍ଯ୍ୟ ଆଦୌ ହୋପାରୁନାହିଁ । ଫଳରେ ବର୍ଷାଦିନରେ ଆସୁଥିବା ବନ୍ୟାପାଣି ସଂରକ୍ଷୀତ ରଖାଯାଇପାରୁନାହିଁ । କିନ୍ତୁ ଏହି ଜଳପାଇଁ ଗୋଷାଣୀ ଓ ରାୟଗଡ ବ୍ଲକର ଶତାଧିକ ଚାଷି ଚାହିଁ ବସିଥିବା ବେଳେ ସେମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଏପରିକି ସରକାରୀ କଳର ଅପବ୍ୟବହାର କରି ଚାଷିକୁଳକୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ଡାଃ. ତିରୁପତି ପାଣିଗ୍ରାହୀ । ତାଙ୍କସହ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋବରା ତିରୁପତି ରାଓ, ବରିଷ୍ଠ ନେତା ଅଖୀଳ ପାତ୍ର, ଭୁଷୁକୁଡି ସରପଞ୍ଚ ଟି. ନାଗେଶ୍ୱର ରାଓ, ସମିତି ସଭ୍ୟ ବି. ବାଲରାଜୁ, ଅଗରଖଣ୍ଡି ସମିତି ସଭ୍ୟ ଚୈତନ୍ୟ ବରାଡ, କାଶୀନଗରବ୍ଲକ କୃଷକନେତା କେ.ରାମାରାଓ, ଚୁଡାମଣି ସାହୁ, ଭି. ଦାମୋଦର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ