ରାହାଗିରି କାର୍ଯ୍ୟକ୍ରମରେ ଦୁଲୁକିଲା ରାଜଦାଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଉତ୍ସବର ପ୍ରଥମ ପର୍ବ ରାହାଗିରି ସାଂସ୍କୃତିକ କାର୍ଯ୍ୟକ୍ରମ ମହା ସମାରୋହରେ ସମାହିତ ହୋଇଯାଇଛି । ରାହାଗିରି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ରାଜଦାଣ୍ଡ ଦୁଲୁକିବା ସହ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ସହ ଲୋକଙ୍କ ନାଚ ମୁଖ୍ୟ ଆକର୍ଷଣ ଥିଲା । ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲାର କଳା, ସଂସ୍କୃତି, ଐତିହ ତଥା ସମୃଦ୍ଧ ପରମ୍ପରା ସମାରୋହ ଗଜପତି ଉତ୍ସବ ଅବସରରେ ପାରଳା ପୌରପରିଷଦ ପକ୍ଷରୁ ସହରର ରାଜଦାଣ୍ଡ ସାହି ଠାରେ ରାହାଗିରି କାର୍ଯ୍ୟକ୍ରମ ତଥା ବିଭିନ୍ନ ପଥପ୍ରାନ୍ତ ଉତ୍ସବ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲାପାଳ ଅନୁପମ ସାହା ଉଦ୍ଘାଟନ କରିବାସହ ଏହି ଜିଲା ସ୍ତରୀୟ ଗଜପତି ଉତ୍ସବର ପ୍ରସାର ପ୍ରଚାର ପାଇଁ ବ୍ୟାନର, ପୋଷ୍ଟର, ଷ୍ଟିକର ଓ କ୍ୟାଲଣ୍ଡର ଇତ୍ୟାଦି ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଭିନ୍ନ ପଥପ୍ରାନ୍ତ ନାଟକ ତଥା ସ୍ଥାନୀୟ କଳା ପ୍ରତିଭା ଏବଂ ଭଜନ, ସଂଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ଏହି ଅବସରରେ ପାରମ୍ପାରିକ ଆଦିବାସୀ ନୃତ୍ୟ ସହ ତାଳଦେଇ ନାଚିଥିବାର ମଧ୍ୟ ଦେଖାଦେଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ପୂରାତନ ଆଖଡାମେଳୀ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ଗୀତ ଗାଇବା ସହ ନୃତ୍ୟ ପ୍ରଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଏହି ରାହାଗିରି କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ରାହାଗିରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲା ସମ୍ମାନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରସାଶକ ସରୋଜ କୁମାର ବେହେରା, ପୌର ନିର୍ବହୀ ଆଧିକାରୀ ଅଶୋକ କୁମାର ରାଉତ, ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଉପଜିଲାପାଳ ଶେସଦେବ ମିଶ୍ର, ଜିଲା ଜରୁରୀକାଳୀନ ଅଧିକାରୀ, ଡ. ସତ୍ୟ ସମ୍ପର୍ଣ୍ଣା ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ