ମହେନ୍ଦ୍ର ଆଶ୍ରମ ଠାରେ ଆଦିଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ଥିବା ପୁରାଣ ପ୍ରସିଦ୍ଧ ପବିତ୍ର ମହେନ୍ଦ୍ରଗିରି ଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସନାତନ ଧର୍ମର ସର୍ବଶ୍ରେଷ୍ଠ ଧର୍ମଆଚାର୍ଯ୍ୟ ଭାଗବତ ପାଦ ଶିଳା ଅବତାର ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୨୯ତମ ଜନ୍ମବାର୍ଷିକୀ ଉପଲକ୍ଷରେ ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ର ଆଶ୍ରମରେ ବହୁ ସାଧୁ ସନ୍ଥ ଯୋଗଦେଇଥିଲେ । ମହେନ୍ଦ୍ର ଆଶ୍ରମର ଲକ୍ଷ୍ମୀବାବାଙ୍କ ତତ୍ୱାବଧାନରେ ପୂଜା,ପାଠ, ବେଦ ପଠନ, ପ୍ରବଚନ ଆଦି କାର୍ଯ୍ୟକ୍ରମ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ରାଞ୍ଚଳରେ ଥିବା ବିଭିନ୍ନ ଗ୍ରାମର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ