ମହେଶପୁରରେ ସାଧାରଣତନ୍ତ୍ର ଦିବସ ପାଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳୀ ପଞ୍ଚାୟତ ମହେଶପୁର ଗ୍ରାମ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ପ୍ରଥମେ ଗ୍ରାମର ବୃଦ୍ଧିଜିବୀ ଅର୍ଜୁନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପାତାକା ଉତ୍ତୋଳନ କରି ଅଭିବାଦ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କରୁଣାକର ବିଶ୍ୱାଳ, ପ୍ରଫୁଲ୍ଲ ବିଶ୍ୱାଳ, ଓପିଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ, ପଦ୍ମନାଭ ରାଉତ, ପ୍ରଦୀପ ରାଉତ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମର କୁନିକୁନୁ ପିଲାମାନଙ୍କୁ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଏହାଛଡା ଅଞ୍ଚଳର ଆମେ ଦରଦୀ ବନ୍ଧୁ ଓ ନେୟୀ ଶୋଚ ସ୍ୱେଚ୍ଛାସେବୀ ସଂଗଠନକୁ ଗ୍ରାମବାସୀଙ୍କ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମର ଅନିଲ କର, ଅଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ଅକ୍ଷୟ ରାଉତ, ପ୍ରସନ୍ନ ରାଉତ, ପରେଶ ବିଶ୍ୱାଳ, ଅମ୍ବ୍ରେସ ବିଶ୍ୱାଳ, ଆଲୋକ ବିଶ୍ୱାଳ, ଟୁଟୁ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ଚଗୁଲୁ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


