ମହୋତ୍ସବ”ପରବ”ର ଚତୁର୍ଥ ସନ୍ଧ୍ୟା

କୋରାପୁଟ,(ହେମନ୍ତ ପାଣଗ୍ରାହୀ):ଜାତୀୟ ସ୍ତରୀୟ ଲୋକ ମହୋତ୍ସବ “ପରବ” ଉତ୍ସବର ଚତୁର୍ଥ ସଂନ୍ଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚତୁର୍ଥ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ସ୍ବାଗତ ଭାଷଣ ଦେଇଥିଲେ। କୋରାପୁଟ କଳାକାର ମାନଙ୍କୁ ପରବ ମଞ୍ଚ ସୁଯୋଗ ଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ପଲ୍ଲୀଶ୍ରୀ ମେଳାରେ ଗତ ତିନି ମଧ୍ୟରେ ୯ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସେ କହିଛନ୍ତି।ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ,କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା , ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଓ ଉପ ସଭାପତି ରାଧା ବିନୋଦ ସାମନ୍ତରାୟ, କୋରାପୁଟ ଏସପି ରୋହିତ ବର୍ମା,ଜୟପୁର ଉପ ଜିଲ୍ଲାପାଳ ଏ ଶସ୍ୟା ରେଡ୍ଡୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତ୍ୟେକ ହାଟରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିବେଦନ କରିଛନ୍ତି। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଘୋଷୋଣା କରିଥଲେ ଯେ ସମସ୍ତ ଚାଷୀଙ୍କ ଧାନ ସରକାର ନେବେ, ପ୍ରତ୍ୟକ ବ୍ଳକ୍ ରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ଏବଂ ସେ ସମସ୍ତ ଚାଷୀ ଭାଈ ମାନଙ୍କୁ ଅନୁରୋଧ କରୀ କହିଥିଲେ ଯେ ସରକାର ଧାନ ସହାୟକ ରାଶି ବୃଦ୍ଧି କରିଛନ୍ତି ଏବଂ ସମସ୍ତ ଚାଷୀ ଶୁଖିଲା ଓ ସଫା ଧାନ ମଣ୍ଡି କୁ ବିକ୍ରୀ ନିମନ୍ତେ ଆଣିବେ। ଆଜିର ସନ୍ଧ୍ୟାରେ କ୍ରୀଡାବିତ ରୋହିତ ପାତ୍ର,ଅଭିନେତା ରାମ ନାଥ ତ୍ରିପାଠୀ,କ୍ରୀଡାବିତ ମୌସୁମୀ ଟାକ୍ରୀ ,ଆରାଧ୍ୟା ନାୟକ,ବୈଭବ ତାଣ୍ଡି, କ୍ରିକେଟର ସ୍ବସ୍ତିକ ସାମଲ ପରବ ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା। କୋରାପୁଟ ଏସପି ରୋହିତ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।।ଲକ୍ଷ୍ମୀପୁର କଳାକାର ମାନଙ୍କ ଦ୍ବାରା ଢେମସା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ବେଣ୍ଟ ବାଜା, ଘଟକ ନୃତ୍ୟ, ମୁମ୍ବାଇର କୋଲି ନୃତ୍ୟ, ଚକ୍ରୀ ନୃତ୍ୟ, ଦଣ୍ଡ ହଳିଆ, ନବରଙ୍ଗପୁର କଳାକାର ମାନଙ୍କ ଦ୍ବାରା ଢେମସା ନୃତ୍ୟ ଏବଂ ବିଶେଷ ଆକର୍ଷଣ ଭାବେ ହାଇଦ୍ରାବାଦର ଇନଫ୍ୟୁଜନ ବ୍ୟାଣ୍ଡ ଉପସ୍ଥିତ ହଜାର ହଜାର ଲୋକଙ୍କୁ ମନମୁଗ୍ଧ କରିପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ