ମାଁଙ୍କ ଘଟ ପରିକ୍ରମା ରେ ମହିଳାଙ୍କ ପାଦ ପୂଜା
ପ୍ରସିଦ୍ଧ ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ଯାତ୍ରା ବୁଧବାର ଷଷ୍ଠଦିବସରେ ପହଞ୍ଚି ଥିବା ବେଳେ ଗ୍ରୀଷ୍ମୀର ପ୍ରବାହ ସତ୍ତେ୍ୱ ଦେଶୀ ବେହେରା ସ୍ଥାୟୀ ସ୍ଥିତ ଅସ୍ଥାୟୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଛି । ଠାକୁରାଣୀ ଯାତ୍ରା ର ଅନ୍ୟତମ ଆକର୍ଷଣ ମାନସିକଧାରୀଙ୍କ ବିଭିନ୍ନ ବେଶ ଧାରଣ କରି ସହରରେ ବୁୁଲୁଥିବା ଦେଖିବାକୁ ମିଳିଛି । ଫଳରେ ଏକ ପ୍ରକାର ଆଧାତ୍ମିକ ପରିବେଶ ଜାତ ହେଉଛି ସାଧରଣ ଲୋକମାନଙ୍କ ମଧ୍ୟରେ । ଆଗକୁ ଯାତ୍ରାର ସୈାନ୍ଦର୍ଯ୍ୟ ବଢିବା ସହ ଭିଡ ବୃଦ୍ଧି ପାଇବ । ଯାତ୍ରାର ଅନ୍ୟତମ ଆକର୍ଷଣ ମାଁ ଙ୍କ ଘଟ ପରିକ୍ରମା । ଏହି ଘଟ ପରିକ୍ରମା ସମ୍ରରେ ଯାତ୍ରାର ମୂଖ୍ୟ ପରିଚାଳକ ପି .ଦୂର୍ଗାପ୍ରସାଦ ଦେଶୀ ବେହେରାଙ୍କ ଧର୍ମ ପତ୍ନୀ ପି ଦେବକି ମୂଖ୍ୟ ଘଟକ ଧାରଣ କରିଥିଲେ । ଅସ୍ଥ୍ରା୍ରୟୀ ମଣ୍ଡପରୁ ବାହାରି ପ୍ରଥରେରାଜବାଟି ଯିବା ପରେ ସେଠାରେ ମହୁରୀ ରାଜା ଅଶୋକ କୁମାରନରେନ୍ଦ୍ର ଦେବ ମାଁ ଙ୍କ ଆଳତୀ ସହ ପୂଜାର୍ଚ୍ଚନା କରିଥିଲୋ ମାଁ ଙ୍କ ୍ ଘଟ ପରେ ପରେ ରାଜବାଟି ,ଗୁଡବଜାର , ଦେଇ ଜେନା ସାହି ଠାରେ ପହଞ୍ଚିବା ପରେ ସେଠାରେ ବୀର ଲକ୍ଷ୍ମଣ ରଥ ଆମନ୍ତ୍ରଣ କରାଯାଇଥିଲା ।ସେହି ପରି ବିନାୟକ ଆଚାର୍ଯ୍ୟ ଖୁଆଡ ହୋଇ ସୀତାରାମ ସାହି ଠାରେ ନାଗାର୍ଜୁନ ରଥ ଶଙ୍କରପୁର ସାହି ଠାରେ ରାମଚନ୍ଦ୍ର ରଥ ଆମନ୍ତ୍ରଣ କରାଯିବା ପରେ ପୁଣୀ ଥରେ ରଜା ସାହି ଓ କେଉଟ ସାହି ଦେଇ ମାଁ ଅସ୍ଥାୟୀ ମଣ୍ଡପରେବିଜେ କରିଥିଲେ । ଶାନ୍ତଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ମାଁ ଙ୍କ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗ ଭକ୍ତମାନଙ୍କ ଭିଡ ଲାଗି ରହିବ ।


