ମାଁ ଝଙ୍କେଟେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ଆସିକା ସାଂସଦ ଓ ପୂର୍ବତନ ବିଧାୟିକା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ସାନଖେମୁଣ୍ଡି ବ୍ଲକ ସାହାସପୁର ହାଟପଦା ଖେଳପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ ମାଁ ଝଙ୍କେଟେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମାଁ ଝଙ୍କେଟେଶ୍ୱରୀ ଯୁବ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ସେହିପରି ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ, ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ଜିଲ୍ଲା ପରିଷଦ ଶଙ୍କର୍ଷଣ ସ୍ୱାଇଁ , ବ୍ଳକ ଛାତ୍ର ବିଜେଡ଼ି ସଭାପତି ସୁଶାନ୍ତ ବାଡତ୍ଯା , ସମିତି ସଭ୍ୟ ମାଧବ ଦୋରା, ତୋଫାନ ସ୍ୱାଇଁ, କୈଳାସ ପାତ୍ର, ଅଶୋକ ବେହେରା ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥି ଗଣ ଉଭୟ ଦଳର ଖେଳାଳୀମାନଙ୍କୁ ନିଜର ଶୃଙ୍ଖଳାର ସହ ଖେଳିବା ଏବଂ ଭାଇଚାରା ମନୋଭାବ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଉଦଘାଟନ ମ୍ୟାଚରେ ଘରୋଇ ଟିମ୍ ସାହାସପୁର ଓ ଗୈାତମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୨ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଟିମ୍ ୧୨୪ ରନ୍ କରିଥିଲା । ଜବାବରେ ଗୈାତମୀ ଦଳ ସୀମିତ ଓଭରରେ ୧୧୩ ରନ କରି ୧୧ ରନ ରେ ପରାସ୍ତ ହୋଇଥିଲା । ଏଥିରେ କମିଟି ସଦସ୍ୟ ଖେଳକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଏହିପରି ଆସିକା ସାଂସଦ ଓ ପୂର୍ବତନ ବିଧାୟିକା ଆଡପଡା ଓ ବାଲିଆ ଗ୍ରାମରେ ରହିଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରି ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ