ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୨୪ ତାରିଖ ଅନୁଷ୍ଠିତ ହେବ । ହେଲେ କୋଭିଡ କଟକଣା ପାଇଁ ଚଳିତ ବର୍ଷ ଛତର ଯାତ୍ରା ରେ ଭକ୍ତଙ୍କ ସମାଗମ ଓ ଶୋଭାଯାତ୍ରା ବନ୍ଦ । ପୋଲିସ ର ଘେରା ମଧ୍ୟରେ ମାଁ ଙ୍କ ଛତର ନୀତି କାନ୍ତି ସହ ମାଣିକେଶ୍ଵରୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ବୈଠକ ରେ ନିଷ୍ପତ୍ତି ନିଆଯାଇଛି | କୋଭିଡ କଟକଣା କୁ ଆଖି ଆଗରେ ରଖି ସରକାରଙ୍କର ନିୟମ ଅନୁଯାୟୀ ସାମାଜିକ ଦୂରତା ମାନି ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା କରାଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ