ମାଁ ମାଳୁଆଁଣୀଙ୍କ ଘଟଯାତ୍ରା ଉଦଜାପିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ପୁରୁଣା ବ୍ରହ୍ମପୁର ଠାରେ ଶ୍ରୀ ମାଁ ନବଦୂର୍ଗା ମାଳୁଆଁଣୀଙ୍କ ଘଟଯାତ୍ରା ଗୁରୁବାର ଉଦଜାପନ ମହାସମାରୋହରେ ହୋଇଯାଇଛି । ଲଗାଣ ବର୍ଷା ସତ୍ୱ ମାଁଙ୍କୁ ଦର୍ଶନ କରି ଆଶ୍ରୀବାଦ ନେବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଉଦଯାପନୀ ଦିବସରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଗଂଜାମ ଜିଲ୍ଳା ବିଜେପି ସଭାପତି କାହ୍ନୁ ଚରଣ ପତି, ବିଡିଏ ପୂର୍ବତନ ଅଧକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇ ମାଁଙ୍କ ଠାରେ ପୂଜା ଅର୍ଚ୍ଚନା କରିବା ସହ ଆଶ୍ରୀବାଦ ଭିକ୍ଷା କରିଥିଲେ । ମଙ୍ଗଳ ବାର ଶାନ୍ତି ଯଜ୍ଞ ହୋଇଥିବା ବେଳେ ଆଜି ଗୁରୁବାର ଘଟ ଯାତ୍ରା ହୋଇଥଲା ଏପରି ପ୍ରତି ଥର ମାଙ୍କ ଯାତ୍ରା ହୋଇଥାଏ


