ମାଂସପେଶୀ ଦୁର୍ବଳ ଲାଗିବା ହୋଇପାରେ ମୃତ୍ୟୁର କାରଣ

ଅନେକ ସମୟରେ କିଛି ଲୋକମାନଙ୍କୁ ମାଂସପେଶୀ ଦୁର୍ବଳ ଅନୁଭବ କରିଥାଆନ୍ତି । ମାତ୍ର ଏହାକୁ ସାଧାରଣ ଭାବିବା ଉଚିତ୍ ନୁହେଁ । ଅନେକ ସମୟରେ ଏଭଳି ଲକ୍ଷଣ ଘାତକ ସାଜିପାରେ । ଯେଉଁ ଲୋକମାନଙ୍କର ମାଂସପେଶୀ ଦୁର୍ବଳ ହୋଇଥାଏ, ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଶରୀରକୁ ଆଜୀବନ ସୁସ୍ଥ ରଖିବା ପାଇଁ ଶରୀରର ମାଂସପେଶୀ ଶକ୍ତ ହେବା ନିହାତି ଆବଶ୍ୟକ । କିଛି ଲୋକ ନିଜର ଓଜନ ନିୟନ୍ତ୍ରଣ କରିବା ନିଶାରେ ଠିକ୍ ଭାବରେ ଖାଦ୍ୟ ଖାଆନ୍ତି ନାହିଁ । ଯାହା ଦ୍ୱାରା ଶରୀରର ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନର ଖାଦ୍ୟ ଏ ସବୁ ଜିନିଷକୁ ରଖିବା ନିତାନ୍ତ ଆବଶ୍ୟକ ।
୧. ଅଣ୍ଡାରେ ପ୍ରୋଟିନ୍‌, ସେଲେନିୟମ, ଭିଟାମିନ୍ ଡ଼ି, ଭିଟାମିନ୍ ବି୬, ଭିଟାମିନ୍ ବି୧୨, ଜିଙ୍କ, ଆଇରନ୍‌, କ୍ୟାଲସିୟମ ଏବଂ ଓମେଗା-୩ ଏସିଡ଼୍ ରହିଥାଏ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କରିବା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।
୨. ଦହିରେ କ୍ୟାଲସିୟମ ଏବଂ ଭିଟାମିନ୍ ଡ଼ି ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ସୁସ୍ଥ ମାଂସପେଶୀ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
୩. ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହା ମାଂସପେଶୀକୁ ଶକ୍ତ କରିଥାଏ ।
୪.ସୋୟାବିନ୍‌ରେ ମାଂସ ଏବଂ ଅଣ୍ଡାଠାରୁ ଅଧିକ ଭିଟାମିନ୍ ରହିଛି । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ରହିଥିବାରୁ ପ୍ରତିଦିନ ଏହାକୁ ଖାଇଲେ ଶରୀରର ମାଂସପେଶୀ ଶକ୍ତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ