ମାଆ-ପୁଅ ମଧ୍ୟରେ ରଖନ୍ତୁ ସମ୍ପର୍କ ଦୃଢ
ମା’ ପାଇଁ ତା’ର ସମସ୍ତ ପିଲା ସମାନ ହୋଇଥିଲେ ମଧ୍ୟ କେଉଁଠି ନା କେଉଁଠି ସେ ପୁଅକୁ ଅଧିକ ସ୍ନେହ କରିଥାନ୍ତି। ସେଥିପାଇଁ ସେ ନିଜର ପ୍ରିୟ ସନ୍ତାନର ସମସ୍ତ ଜିଦକୁ ତୁରନ୍ତ ପୂରା କରିଥାନ୍ତି। କେବଳ ସେତିକି ନୁହେଁ, ନିଜ ଝିଅ ପାଇଁ ମା’ ଯେତିକି ଚିନ୍ତା କରିଥାନ୍ତି, ତାହାଠାରୁ କାହିଁ କେତେଗୁଣା ଅଧିକ ପୁଅ ପାଇଁ ଚିନ୍ତା କରିଥାନ୍ତି। ପୁଅ ବି ସବୁବେଳେ ମା’ ଦେଖାଉଥିବା ପଥ ଅନୁସରଣ କରିଥାନ୍ତି। କୌଣସି ନିଷ୍ପତ୍ତି କିମ୍ବା ଗୁରୁତ୍ବପୂର୍ଣ୍ଣ କାମ କରିବା ସମୟରେ ନିଜ ମା’ଙ୍କ ପରାମର୍ଶ ନେଇଥାନ୍ତି। ଏପରିସ୍ଥଳେ ଏଠାରେ ମା’ ପୁଅଙ୍କ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କେତେକ ଟିପ୍ସ ଦିଆଯାଇଛି।
ପୁଅର ସାଙ୍ଗ ହୁଅନ୍ତୁ
ଅଧିକାଂଶ ପୁଅ ଝିଅ ଆଜିକାଲି ନିଜ ବାପା ମା’ଙ୍କ ସହିତ ଅଧିକ କଥା ଶେୟାର କରି ନ ଥାନ୍ତି। କିନ୍ତୁ ଆପଣମାନେ ହୁଏତ ଜାଣି ନ ଥିବେ, ବାପା ମା’ମାନେ ଯେତେ ଗାଳି ଦେଲେ ବି ଆପଣଙ୍କ ସମ୍ପର୍କରେ ଖରାପ ଚିନ୍ତା କରି ନ ଥାନ୍ତି। ଆପଣଙ୍କ ପିତା ହୁଏତ ଅଫିସ୍ କାମରେ ବ୍ୟସ୍ତ ରହିପାରନ୍ତି, କିନ୍ତୁ ଆପଣଙ୍କ ସହିତ ଆପଣଙ୍କ ମା’ ସବୁବେଳେ ରହିଥାନ୍ତି ଓ ସବୁବେଳେ ଆପଣଙ୍କ ଚିନ୍ତା ସେ କରିଥାନ୍ତି। ଏପରିସ୍ଥଳେ ନିଜ ପିଲାଙ୍କ ବନ୍ଧୁ ପାଲଟନ୍ତୁ। ଯାହାଫଳରେ ସେ ଆପଣଙ୍କ ସହ ସବୁକଥା ଶେୟାର କରିପାରିବେ।
ଗୁରୁତ୍ବ ବୁଝାନ୍ତୁ
ଏଥିରେ ଦ୍ବିମତ ନାହିଁ ଯେ ମା ସବୁବେଳେ ନିଜ ପୁଅର ଲାଳନପାଳନ ଭାବୁକ ହୋଇ କରିଥାନ୍ତି। ଯାହାଫଳରେ ପିଲା ଅନ୍ୟର ଭାବନାକୁ ବୁଝିପାରିବେ। ସେହିପରି ପୁଅ ମା’ର ବହୁତ ନିକଟତର ହୋଇଥାନ୍ତି। କେଣସି ପରିସ୍ଥିତିରେ ଅନ୍ୟ ଲୋକଙ୍କ ହୃଦୟ ଭାଙ୍ଗିବେ ନାହିଁ। ଯଦି ଭୁଲରେ କୌଣସି ଭୁଲ ହୋଇଯାଏ, ତେବେ ମିଠା ଶବ୍ଦର ଲେପ ଲଗାଇବାକୁ ଭୁଲନ୍ତୁ ନାହିଁ। ତେଣୁ ମା’ ପୁଅ ପରସ୍ପର ମଧ୍ୟରେ ବନ୍ଧୁତ୍ବ ଅକ୍ଷୁଣ୍ଣ ରଖିବା ଉଚିତ। ଯାହା ସାହାରାରେ ଉଭୟେ ସହଜରେ ପରସ୍ପରଙ୍କ ମନର କଥା କହିପାରିବେ। କେବଳ ଏତିକି ନୁହେଁ, ମା’ଙ୍କୁ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ ଯେ ସେ ନିଜ ପୁଅକୁ ଏଭଳି ଶିକ୍ଷା ଦେବା ଉଚିତ ଯାହା ଅନ୍ୟର କାମରେ ଲାଗିପାରିବ।
ଘର କାମରେ ପୁଅକୁ ମଧ୍ୟ ସାମିଲ କରନ୍ତୁ
ଘର କାମରେ କେବଳ ଝିଅ ମା’କୁ ସାହାଯ୍ୟ କରିବେ, ଏହା ଜରୁରୀ ନୁହେଁ। ଆପଣ ଚାହିଲେ ନିଜ ସହିତ ଘରକାମରେ ପୁଅକୁ ମଧ୍ୟ ସାମିଲ କରିପାରିବେ। ପୁଅକୁ ଘରର ଛୋଟ ମୋଟ କାମ ଶିଖାନ୍ତୁ। ଯାହାଫଳରେ ଯେତେବେଳେ ତାଙ୍କୁ ଘର ବାହାରେ ରହିବାକୁ ପଡ଼ିବ, କେଣସି କାମରେ ସମସ୍ୟା ହେବ ନାହିଁ।
ଝିଅ ନୁହେଁ, ପୁଅ ଉପରେ ଧ୍ୟାନ ଦିଅନ୍ତୁ
ଆଜିକାଲି ୱାର୍କିଂ ମଦର୍ସଙ୍କ ପାଖରେ ନିଜ ପିଲା ଉପରେ ଧ୍ୟାନ ଦେବା ପାଇଁ ଅଧିକ ସମୟ ପାଉନାହାନ୍ତି। ଏପରିସ୍ଥଳେ ସେ ନିଜର ବଳକା ସମୟ ଝିଅର ଲାଳନପାଳନରେ ଖର୍ଚ୍ଚ କରିଥାନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଆପଣ ନିଜ ପୁଅ ଉପରେ ମଧ୍ୟ ସେତିକି ଧ୍ୟାନ ଦେବା ଉଚିତ। ଯେତିକି ଆପଣ ଝିଅ ଉପରେ ଦେଉଛନ୍ତି, ନଚେତ ସେ ଆପଣଙ୍କଠାରୁ ଦୂରେଇ ଯିବେ। ଏଥିପାଇଁ ଆପଣ ପୂରା ସପ୍ତାହରେ ଦୁଇ ଦିନ ବାହାର କରି ନିଜ ପିଲାଙ୍କ ସହିତ କଥା ହୁଅନ୍ତୁ ଓ ସେମାନଙ୍କୁ ଭଲ ଭଲ କଥା ଶିଖାନ୍ତୁ।


