ସେଣ୍ଢତୀରା ପଞ୍ଚାୟତରେ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଆଳମଙ୍ଗା, ରାଧାନଗର ଓ ମହାନ୍ତିଆ ଗ୍ରାମରେ ବିଜେପି ପକ୍ଷରୁ କରୋନା ମହାମାରୀ ସଂପର୍କରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ନେତା ତଥା ପ୍ରାକ୍ତନ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଥିଲା । ଦୀର୍ଘ ୫୫ ଦିନ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀ ଧଳଙ୍କ ନେତୃତ୍ୱ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏହି ସେବା କାର୍ଯ୍ୟ ଜାରି ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନବ କିଶୋର ବଳ, ଖଗେଶ୍ୱର ବେହେରା, ବିଜେପି ନେତା ଶଙ୍କର୍ଷଣ ଜେନା, ବନମାଳୀ ଜେନା, ମାଧବାନନ୍ଦ ବିଶ୍ୱାଳ, ମନୋଜ ବିଶ୍ୱାଳ, ତପନ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ