ମାଆ ବୁଢାକେନ୍ଦୁ ପୀଠରେ ବିଜେଡ଼ିର ଜିଲ୍ଳା କାର୍ଯ୍ୟକାରିଣୀ; ପଂଚାୟତ ନିର୍ବାଚନ ପାଇଁ କର୍ମୀଙ୍କୁ ମନ୍ତ୍ର ଦେଲେ ଜିଲ୍ଳା ନେତୃବୃନ୍ଦ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ ଅଧୀନସ୍ଥ ମାଆ ବୁଢାକେନ୍ଦୁ ପୀଠରେ ଆଜି ସକାଳ ଏଗାର ଘଣ୍ଟ ସମୟରେ ଜିଲ୍ଳା ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ମାନଙ୍କୁ କିପରି ପଞ୍ଚାୟତକୁ ବିଜୟ ଲାଭ କରାଯିବ ଏନେଇ ଜିଲ୍ଲାର ଛାମୁଆ ସଂଗଠନ ଯୋଗ ଦେଇ ମନ୍ତ୍ର ଫୁଙ୍କିଛନ୍ତି I ଗତ କିଛି ଦିନ ତଳେ ଜିଲ୍ଳା ସ୍ତରୀୟ ଛାତ୍ର,ଯୁବ,ମହିଳା ଓ ବ୍ଳକ୍ ସ୍ତରୀୟ, ଜୋନ୍ ସ୍ତରୀୟ ଗଠନ ହୋଇଥିବା କମିଟିର ସମସ୍ତ ସଦସ୍ୟଙ୍କୁ ଆଜି ଉପଢ଼ୌକନ ଦେଇ ଜିଲ୍ଳା ସଭାପତି ସମ୍ବର୍ଦ୍ଧିତ କରିଛନ୍ତି I ଏହି ଅବସରରେ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ତଥା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ସମସ୍ତ ବିଜେଡ଼ି କର୍ମୀ ତୃଣମୂଳସ୍ତରରୁ ଏକତ୍ରିତ ହୋଇ ଲୋକଙ୍କ ସହ ସବୁ ସମୟରେ ଠିଆ ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର୍ ରମେଶ୍ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ଆମେ ଦାବୀ କରିବା ପୂର୍ବରୁ ନବୀନ ଯୋଜନା ଘୋଷଣା କରନ୍ତି ବୋଲି ପ୍ରକାଶ କରିଥିଲେ I ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁଁ I ନବୀନ ହେଉଛନ୍ତି ଦେଶରେ ସବୁଥିରେ ପ୍ରଥମ I ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଉଛନ୍ତି ଏବଂ ସେ ସବୁ ସ୍ତରର ଲୋକଙ୍କ ହୃଦୟ ଜିଣି ପାରିଛନ୍ତି I ପେଟରେ ଥିବା ଛୁଆ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ କାଳିଆ, ବଳିଆ ଯୋଜନା ଏବଂ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଭଳି ସବୁ ସ୍ତରର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି I ଏହା ସହ ମହିଳା ଏବଂ କୃଷକ କୃଷକ ମାନଙ୍କର ଦୁଃଖ ବୁଝିବାରେ ନବୀନ ଭାରତରେ ନମ୍ଵର୍ ୱାନ୍ ବୋଲି ପ୍ରକାଶ କରିଥିଲେ I ଯାହାକି ଭାରତର କୌଣସୀ ରାଜ୍ୟରେ ଏତେ ଯୋଜନା କାର୍ଯ୍ୟକାରୀ ହେବାର ନଜିର ନାହିଁଁ I ତେଣୁ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ୍ କରିଥିଲେ I ଅନ୍ୟତମ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଜେଡ଼ି ହିଁ ରାଜ୍ୟକୁ ସୁଶାସନ ଏବଂ ସ୍ଥିର ଶାସନ ଦେଇ ଆସିଛି I ବିଭିନ୍ନ ଦଳରେ ଲୋକଙ୍କ ସମସ୍ୟା ବୁଝିବା ଅପେକ୍ଷା ନିଜ ଦଳର ଫାଟ ଏବଂ କନ୍ଦଳ ବୁଝୁ ବୁଝୁ ନେତାଙ୍କ ପାଖରେ ସମୟ ନଥିବା ବେଳେ ବିଜେଡ଼ି ହିଁ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିଛି ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ଲୋକଙ୍କୁ ଊଣା ଅଧିକେ ସନ୍ତୁଷ୍ଟ କରି ପାରିଛି ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ରୂପେ ଓଡ଼ିଶା ମୋ ପରିବାରର ରାଜ୍ୟ ସଂଯୋଜକ ତଥା ଜୀବନ ବିନ୍ଦୁର ଜିଲ୍ଳା ସଂଯୋଜକ ସୁବାଷ ମହାରଣା, ଜିଲ୍ଳା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ସାଧରଣ ସମ୍ପାଦକ ନରେନ୍ଦ୍ର ସ୍ୱାଇଁ, ଜିଲ୍ଳା ଡ଼ିଜିଟାଲ ସମ୍ପାଦକ ଗଣେଶ ସାହୁ, ପୂର୍ବତନ ବେଲଗୁଣ୍ଠା ନଗରପାଳ ରବୀନ୍ଦ୍ର ମହାପାତ୍ର, ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ,ଆସିକା ସାଂସଦଙ୍କ ରାଜନୈତିକ ପରାମର୍ଶ ଦାତା ନୀଳମଣି ପଟ୍ଟନାୟକ, ଜିଲ୍ଳା ମହିଳା ସଭାନେତ୍ରୀ ଏମ୍ ସୁଜାତା ପାତ୍ର, ଜିଲ୍ଳା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ଗଞ୍ଜାମ ଜିଲ୍ଲା ମହିଳା ସମ୍ପାଦକ ପି ଆଶା ରାଣୀ,ପୂର୍ବତନ ଅଧ୍ୟକ୍ଷା ମମତା ପାତ୍ର,ମହିଳା ସମ୍ପାଦକ ରୀତା ଜେନା, ବେଲଗୁଣ୍ଠା ବ୍ଳକ୍ ଛାତ୍ର ବିଜେଡି଼ ସଭାପତି ଜ୍ୟୋତି ପ୍ରକାଶ ନାୟକ ନାୟକ, ଜିଲ୍ଳା ଉପସଭାପତି ତ୍ରିଲୋଚନ ଜେନା, 47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ପ୍ରଦ୍ୟୁମ୍ନ ପାତ୍ର,48 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ରଙ୍କନିଧି ସାହୁ,49 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ମାଲ ସାମଲ ,ଜିଲ୍ଳା ବିଜେଡ଼ି ଯୁବ ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ,ଅଯୋଧ୍ୟା ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ବେଲଗୁଣ୍ଠା ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୁପାଦ ଜେନା,ବ୍ଳକ୍ ସାଧାରଣ ସମ୍ପାଦକ ଏସ୍ ରାମେଶ୍ଵର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ l ଏହା ସହିତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେଡ଼ି କର୍ମୀ ଆଜିର ବୈଠକରେ ଯୋଗ ଦେଇଥିଲେ I ସମସ୍ତଙ୍କୁ ଜିଲ୍ଳା ସଭାପତି ଡକ୍ଟର୍ ପଟ୍ଟନାୟକ ଦଳକୁ ସ୍ୱାଗତ କରିଥିଲେ Iଶେଷରେ ଏସ୍ ରାମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I