ମାଇକେଲ ଜ୍ୟାକସନ କରିଥିଲେ କୋରୋନା ଭବିଷ୍ୟବାଣୀ!

ଲସ୍‌ ଏଞ୍ଜେଲସ୍‌: କୋରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ ମାଇକେଲ ଜ୍ୟାକସନଙ୍କ ପୂର୍ବତନ ବଡି ଗାର୍ଡ ମାଟ୍‌ ଫିଡସ୍‌ କହିଛନ୍ତି ମାଇକେଲ୍‌ ଜ୍ୟାକସନ୍‌ ପୂର୍ବରୁ କୋରୋନା ଭାଇରସକୁ ନେଇ ଭବିଷ୍ୟବାଣୀ କରିଥିଲେ। ପ୍ରାୟ ୧୦ ବର୍ଷ ଧରି ମାଇକେଲଙ୍କ ବଡି ଗାର୍ଡ ଥିବା ମେଟ୍‌ ଏକ ସାକ୍ଷାତକାରରେ ଏହା କହିଛନ୍ତି।
ସେ କହିଛନ୍ତି, ମାଇକେଲ କହୁଥିଲେ ଦିନେ ଏକ ମହାମାରୀ ସାରା ବିଶ୍ୱକୁ ନଷ୍ଟ କରିଦେବ ଆଉ ଏହା ଏକ ଭୂତାଣୁ ଦ୍ୱାରା ବ୍ୟାପିବ। ସେଥିପାଇଁ ସେ ସବୁବେଳେ ମାସ୍କ ପିନ୍ଧୁଥିବା କହିଛନ୍ତି ବଡିଗାର୍ଡ ମାଟ୍‌। ଦିନେ ମାଟ୍‌ ଜ୍ୟାକସନଙ୍କୁ ମାସ୍କ ଖୋଲି ଦେବାକୁ କହିଥିଲେ। ମାଇକେଲ କହିଥିଲେ, ମୁଁ ରୋଗୀ ହେବାକୁ ଚାହୁଁନାହିଁ, ମୋ ପ୍ରଶଂସକଙ୍କୁ ମୁଁ ନିରାଶ ହେବାକୁ ଦେବିନାହିଁ।
ସୂଚନାଯୋଗ୍ୟ, ମାଇକେଲଙ୍କର ୨୦୦୯ରେ ମୃତ୍ୟୁ ହୋଇଥିଲା। ହେଲେ ମାଟ୍‌ କହିଛନ୍ତି ଯଦି ଆଜି ସେ ବଞ୍ଚିଥାଆନ୍ତେ, ତେବେ ନିଶ୍ଚୟ କହିଥାଆନ୍ତେ ମୋ କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହେଁ। କାରଣ ଯେତେବେଳେ ମାଇକେଲ କିଛି କୁହନ୍ତି, କେହି ତାକୁ ଗମ୍ଭିରତାର ସହ ନିଅନ୍ତି ନାହିଁ ବୋଲି ସେ ଅଭିଯୋଗ ବି କରନ୍ତି। ତେବେ ମାଇକେଲ ଜ୍ୟାକସନ୍‌ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ବୋଲି ମାଟ୍‌ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ