ମାଇଗ୍ରେନ୍ ବଢ଼ାଏ ହାର୍ଟ ଆଟାକ୍ ଆଶଙ୍କା

ମାଇଗ୍ରେନ୍ ବା ମୁଣ୍ଡବ୍ୟଥା ଯୋଗୁୁ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଥାଏ । ଏ ସମ୍ପର୍କରେ କାନାଡ଼ାର ୱାଟରଲୁ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି । ଯଦି କୌଣସି କାରଣରୁ ବାରମ୍ୱାର ମୁଣ୍ଡବ୍ୟଥା ହେଉଥାଏ, ତେବେ ଏହାର ଚିକିତ୍ସା ନେଇ ଆଦୌ ହେଳା କରିବା ଉଚିତ୍ ନୁହେଁ । ଏଥିନେଇ ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ମାଇଗ୍ରେନ୍ ଏକ ଏଭଳି ରୋଗ ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରିଦେଇପାରେ । ଗବେଷଣା ରିପୋର୍ଟ ଅନୁସାରେ ବାରମ୍ୱାର ମାଇଗ୍ରେନ୍ ସମସ୍ୟା ଦେଖାଦେଲେ ହାର୍ଟ ଆଟାକ୍ ଆଶଙ୍କା ଶତପ୍ରତିଶତ ବଢ଼ିଯାଇଥାଏ । ରିପୋର୍ଟରେ ଦର୍ଶାଯାଇଛି ଯେ, ମାଇଗ୍ରେନ୍ ଏକ ହୃଦୟ ସମ୍ୱନ୍ଧିତ ରାଗ । ବିଶେଷକରି ଏହାଯୋଗୁ ମହିଳାମାନେ ଅଧିକ ହାର୍ଟ ଆଟାକ୍ରେ ଆକ୍ରାନ୍ତ ହେଉଥିବାବେଳେ ପୁରୁଷଙ୍କ ସଂଖ୍ୟା କମ୍ ରହିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ