ଯୁବକଙ୍କ ପାଇଁ ନାହାଁନ୍ତି କନିଆ

ତୁର୍କୀର ଉଜମଲୁ ଗ୍ରାମରେ ପୁରୁଷମାନେ ମହିଳାଙ୍କ ବିରୋଧରେ କରିଛନ୍ତି ବିକ୍ଷୋଭ । କାରଣ ଏଠାରେ ଯୁବତୀମାନେ ସେମାନଙ୍କ ଭଲ ପାଇବା ଓ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଶେଷ ଥର ପାଇଁ ୧୧ ବର୍ଷତଳେ ଏହି ଗ୍ରାମରେ ବାହାଘର ଅନୁଷ୍ଠିତ ହୋଇଥିଲା । ଗ୍ରାମର ଜନସଂଖ୍ୟା ବର୍ତ୍ତମାନ ୨୭୦ । ଗ୍ରାମ ବାସିନ୍ଦା କୁହନ୍ତି ଏଠାକାର ଅଧିକାଂଶ ଯୁବତୀ ସହରକୁ ରୋଜଗାର କରିବା ଲାଗି ଯିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ସ୍ଥାନୀୟ ଯୁବକଙ୍କ ବିବାହ ପ୍ରସ୍ତାବକୁ କରୁଛନ୍ତି ପ୍ରତ୍ୟାଖ୍ୟାନ । ସରକାରଙ୍କ ମହିଳା ସଶକ୍ତିକରଣର ଯୋଜନା ଯୋଗୁ ଏଭଳି ହେଉଥିବା ଗ୍ରାମବାସୀ କୁହନ୍ତି । ଯୁବତୀମାନେ ନିଜ ଜିଦ୍ରେ ଅଟଳ ରହିବାରୁ ଗାଁଟିରେ କେବଳ ପୁରୁଷ ବାସ କରୁଥିବା ଦେଖିବାକୁ ମିଳିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ