ମାଉସୀ ମା ସାହିରୁ ଜବରଦଖଲ ଉଚ୍ଛେଦ ରାଜନୈତିକ ଷଡଯନ୍ତ୍ର ନା ପ୍ରଶାସନର ମନମାନୀ ନୀତି?

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଆଜି କୋଣାର୍କ ଏନଏସି ଅଧିନସ୍ଥ ୯ନଂ ଓ୍ବାର୍ଡ ମାଉସୀ ମା ସାହିରୁ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ରାଜନୈତିକ ଷଡଯନ୍ତ୍ର ସଂପନ୍ନ ନା ପ୍ରଶାସନର ମନମାନୀ ନୀତି ଏହାକୁ ନେଇ କୋଣାର୍କ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅନ୍ତର୍ଗତ ୯ନଂ ଓ୍ବାର୍ଡ ମାଉସୀ ମା ସାହିର ରାସ୍ତା ପାର୍ଶ୍ବରେ ଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ଅଣଦେଖା କରି ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କ ଦ୍ଵାରା ନିର୍ମିତ ଗୃହକୁ ଭାଂଗିବା କେତେଦୂର ଯଥାର୍ଥ ତାହା ବୁଦ୍ଧିଜୀବୀ ଓ ବସ୍ତିବାସିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବସ୍ତିର କିଛି ଜନତା ଏହି ଉଛେଦକୁ ରାଜନୈତିକ ଷଡଯନ୍ତ୍ର ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହାକୁ ତହସିଲ ପ୍ରଶାସନର ମନୋମାନୀ ନୀତି ବୋଲି କହୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଜି ମାଉସୀ ମା ସାହିର ୭ରୁ ୮ଗୋଟି ଗୃହକୁ ତହସିଲ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ଏହି ଉଛେଦ ସମୟରେ ଗୋପ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସୌମେନ୍ଦ୍ର ତେଜ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ସମେତ ୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ଉଛେଦ ସମୟରେ କେତେକ ବସ୍ତିବାସିନ୍ଦା ଗୋପ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡାଙ୍କୁ ରାସ୍ତା ପାର୍ଶ୍ବରେ ଥିବା ବେଆଇନ ଗୃହ ଭଂଗା ନ ଯାଇ କିଭଳି ଭାବେ ସାହିରେ ଦୀର୍ଘ ୨ବର୍ଷ ଧରି ବସବାସ କରୁଥିବା ଲୋକମାନଙ୍କ ଗୃହକୁ ଭଂଗା ଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଉପରେ ଅତିରିକ୍ତ ତହସିଲଦାର ଭଂଗା ଯାଉଥିବା ଗୃହ ଜାଗାମିଶନ ସ୍ଥିରୀକୃତ ସ୍ଥାନ ହୋଇଥିବାରୁ ନୋଟିସ ଜାରି ପରେ ଭଂଗା ଯାଉଛି ବୋଲି କହିଥିଲେ । ଏହି ବସ୍ତିର ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ବାସହରା କରି ପ୍ରଶାସନ ଉଛେଦ କରୁଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା ବେଆଇନ ଗୃହ ଉଛେଦ ନ ହେବା ଘଟଣା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡାଙ୍କ ମନୋମୁଖୀ ଓ ଜନମାରଣ ନୀତିର ପରିଚାୟକ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହି ଘଟଣାକୁ ନେଇ କେତେକ ବସ୍ତିବାସିନ୍ଦା ଏହା ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ଶ୍ରୀ ପରିଡାଙ୍କ ମଧୁଚନ୍ଦ୍ରିକା ନୀତି ଛଡା ଆଉ କିଛି ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହି ବସ୍ତିର ରାସ୍ତା ପାର୍ଶ୍ବରେ ଥିବା ବେଆଇନ ଗୃହର ସତ୍ତ୍ବାଧିକାରୀ ଙ୍କ ଠାରୁ କୋଣାର୍କ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ମୋଟାଅଙ୍କର ଉକ୍ତୋଚ ନେଇ ଛାଡି ଦେଇ ଥିବା କେତେକ ବସ୍ତିବାସିନ୍ଦା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲାପାଳ ଅତିରିକ୍ତ ତହସିଲଦାର ଓ କୋଣାର୍କ ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବସ୍ତିବାସିନ୍ଦା, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଦୃଢ ଦାବୀ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ