ଅଗ୍ନିଶମ ବିଭାଗର ଶୁଭ ଉଦଘାଟନ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଧୀନରେ ଶୁଭ ଉଦ୍ଧଘାଟନ ହେଲା ଅଗ୍ନିଶମ ବିଭାଗ । ଏହାକୁ ଭରଚୁଆଲ ମାଧ୍ୟମରେ ଉଦ୍ଧଘାଟନ କରିଛନ୍ତି ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରେଭୁନୁୟୁ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି । ପୂର୍ବେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଠର ଗୋଟି ପଂଚୟତ 151 ଖଣ୍ଡ ଗ୍ରାମବାସୀ କୌଣସି ବିପର୍ଯ୍ୟୟ ଘଟିଲେ ବା ଡଙ୍ଗା ବୁଡିଲେ କୁଡୁମୁଳୁଗୁମା, କରୁକୋଣ୍ଡା ବା ମାଲକାନଗିରି ଅଗ୍ନିଶମ ବିଭାଗ ଉପରେ ନିର୍ଭରଶୀଳ ହେଉଥିଲେ ଓ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବାକୁ ଦୁଇ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟରେ ଲାଗୁଥିଲା । ଏତିଜି ସମୟ ଭିତରେ ଧନ, ଜୀବନ, ସମ୍ପତ୍ତି, ଗୋରୁଗାଇ ନଷ୍ଟ ହେଉଥିଲା । ବର୍ତ୍ତମାନ ଚିତ୍ରକୋଣ୍ଡା ରେ ନୂତନ ଅଗ୍ନିଶମ ବିଭାଗ ସ୍ଥାପନ ହୋଇଛି ଏବଏହାର ସ୍ଥାପନ ହୋବାରୁ ବ୍ଲକ ବାସୀ ଖୁସି ପ୍ରକାଶ କରିଛନ୍ତି । ବାଇଟ-୧-ଗ୍ରାମବାସୀ, ବାଇଟ-୨-ଗ୍ରାମବାସୀ, ବାଇଟ-୩-ପ୍ରଶାନ୍ତ କୁମାର ଦାସ (ଦକ୍ଷିଣାଞ୍ଚଳ ଅଗ୍ନିଶମ ବିଭାଗ ଅଧିକାରୀ) I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ