ମାଓଗଡ଼ ମାଲକାନଗିରି ଜିଲ୍ଲାରେ ପୁଣି କାୟାବିସ୍ତାର
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ସଦା ସର୍ବଦା ଚର୍ଚ୍ଚା ଓ ମାଓଗଡ଼ ଭାବେ ଏକଦା ପରିଚିତ ଥିବା ମାଲକାନଗିରି ଜିଲ୍ଲା ଧିରେ ଧିରେ ମାଓମୁକ୍ତ ହେବାକୁ ଯାଉଛି, କିନ୍ତୁ ଦୀର୍ଘ ବର୍ଷର ନୀରବତା ପରେ ବର୍ତମାନ ପୁଣି ମୁଣ୍ଡ ଟେକିଛନ୍ତି ମାଓବାଦୀ ସଙ୍ଗଠନ । ନିଜର ସ୍ଥିତି ଜାହିର ପାଇଁ ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଡମ୍ପକୁ ଯବାନମାନେ ଠାବ କରି ସେଥିରୁ ପାଇପ ବମ, ଟିଫିନ ବମ୍ ସହ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର କରିଛନ୍ତି, ଏପରି ମାଓବାଦୀଙ୍କ ବିସ୍ଫୋରଣ ଯୋଜନାକୁ ପଣ୍ଡ କରି ଦେଇଛନ୍ତି ଯବାନ ମାନେ । ସୂଚନା ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଘନ ବେଢା ଓ ଗୋରାସେତୁଠାରେ ପ୍ରତିଷ୍ଠିତ ବିଏସଏଫର ୧୭୭ବାଟାଲିୟନର ଯବାନମାନେ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ସ୍ଥ ଅଣ୍ଡରପାଲି ପଞ୍ଚାୟତ ନିକଟ କୋଣ୍ଡାକାମ୍ବେରୁ ଜଙ୍ଗଲ ପାହାଡ଼ ନିକଟରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଘଟଣା ସ୍ଥଳରେ ତଲାସି କରିବାରୁ ପାହାଡ଼ ତଳେ ଘଞ୍ଚ ଜଙ୍ଗଲ ନିକଟରେ ଏକ ପ୍ଲାଷ୍ଟିକ ଡ୍ରମ ଡପିଙ୍ଗ କରାଯାଇଥିବାର ଦେଖିବାକୁ ପାଇଥିଲେ ଯବାନ ମାନେ । ସତର୍କ ତାର ସହିତ ଯବାନ ମାନେ ଉକ୍ତ ଡ୍ରମକୁ ଉଦ୍ଧାର କରିଥିଲେ। ଉକ୍ତ ଡ୍ରମ ମଧ୍ୟରେ ୫କେଜି ଓ ୨କେଜି ଓଜନର ଦୁଇଟି ଟିଫିନ ବମ, ରକେଟ ଲଞ୍ଚର ପରି ୩ଟି ପାଇପ ବମ, ୯ଟି ଇଲୋକ୍ଟ୍ରୋନିକ ଡେଟୋନେଟର, ୯ଟି ଅତ୍ୟାଧୁନିକ ଜିଲୋଟିନ ଷ୍ଟିକ, ୧୨ଭୋଲ୍ଟ ବ୍ୟାଟେରୀ, ସୋଲାର ପ୍ଲେଟ, ଔଷଧ ଓ ଅନ୍ୟାନ୍ୟ ମାଓସାମଗ୍ରୀ ଯବାନମାନେ ଜବତ କରିଛନ୍ତି। ସୁରକ୍ଷା ବାହିନୀର ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ଉଦ୍ଧାର ବମ ଗୁଡିକୁ ଘଞ୍ଚ ଜଙ୍ଗଲରେ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା। ଅତୀତରେ ଏହି ଅଞ୍ଚଳ ଦୀର୍ଘ ଦଶନ୍ଧି ଧରି ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା। ଯେଉଁଠି ମାଓବାଦୀ କ୍ୟାଡ଼ର ଏବଂ ତାଙ୍କ ସହଯୋଗୀମାନେ ଏହି ଅଞ୍ଚଳକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ। ଏହିପରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିବା, ବୋମା ସରଞ୍ଜାମ ଗଚ୍ଛିତ କରି ଲୁଚାଇ ରଖୁଥିଲେ। ତେବେ ବିଏସଏଫ ସର୍ବଦା ସଜାଗ ରହିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ବି/ସର୍ଚ୍ଚ ଅପରେସନ ଜାରି ରଖିବା ଦ୍ୱାରା ସେମାନଙ୍କ ଯୋଜନା ଗୁଡିକୁ ଭଣ୍ଡୁର କରିଦିଆଯାଉଛି।