ମାଓ ନେତା ସବ୍ୟସାଚୀ ପୁଣିଏକ ହତ୍ୟା ମାମଲାରୁ ଖଲାସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟରୁ ଆଜି ମାଓନେତା ସବ୍ୟସାଚୀ ପଣ୍ଡା ପୁଣି ଏକ ହତ୍ୟା ମାମଲାରୁ ନିର୍ଦ୍ଧୋଷରେ ଖଲାସ ହୋଇଥିବା ସୁଚନା ମିଳିଛି । ସବ୍ୟସାଚୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲୋ ସ୍ୱରୁପ କୁମାର ପାଳ କହିଛନ୍ତି ଯେ, ଗତ ୧୮.୦୪.୨୦୦୩ରେ ଗଜପତି ଜିଲ୍ଲାର ମୋହନା ଶିବ ମନ୍ଦିର ନିକଟରେ ଥିବା ବିଶ୍ରାମାଗାରରେ ସେଠାକାର ଚାଷୀ ମୁଲିଆ ଆଦିବାସୀ ସଂଘର ସଦସ୍ୟ ମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିବା ପୋଷ୍ଟର ମରାଯାଇଥିଲା । ଏହା ତତ୍କାଳିନ ମାଓନେତା ସବ୍ୟସାଚୀ ଘଟାଇଥିବା ନେଇ ମୋହନା ଥାନାରେ କେସ ନଂ ୨୩/୨୦୦୩ରେ ମକଦ୍ଦମା ରୁଜୁ ହୋଇଥିଲା ଏବଂ ଏହି ଘଟଣାରେ ସବ୍ୟସାଚୀଙ୍କୁ ଦାୟୀ କରାଯାଇ କୋର୍ଟରେ ମାମଲା ଆଗତ ହୋଇଥିଲା । ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଅରୁଣ କୁମାର ସାହୁ ସାକ୍ଷ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ ମୋଟ ୪୪ଗୋଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ଏହି ମାମଲାକୁ ମିସାଇ ମୋଟ ୨୪ଗୋଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଆହୁରି ୨୦ଗୋଟି ମାମଲା ବିଚାରାଧିନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ