ଆମ ପୋଲିସ ସମିତର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲାସ୍ଥିତ ମୋହନା ଥାନା ପକ୍ଷରୁ ଆମ ପୋଲିସ ସମିତର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ସହ ପୋଲିସର ବନ୍ଧୁତା , ଯେ କୌଣସି ହିଂସା ଜନକ ପରିସ୍ଥିତିରେ ଘଟୁଥିବା ଅନ୍ଧ ବିଶ୍ୱାସକୁ ନେଇ ଲୋକେ ବିଭିନ୍ନ ଅପରାଧ କରୁଥିବାବେଳେ ସେଗୁଡିକୁ କିଭଳି ରୋକିବା , ସ୍ଥାନୀୟ ଅଞ୍ଚଳରେ କୌଣସି ଘଟଣା ଘଟିଲେ ତୁରନ୍ତ ଥାନାରେ ସୁଚନା ପ୍ରଦାନ କରିବା ଆଦି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବଂଶୀଧର ଖୁଶଲା , ମେଡିକାଲ ଇନଚାର୍ଜ ନମିତା ପଣ୍ଡା, ତାସିଲଦାର କଲ୍ୟାଣୀ ସଙ୍ଗମିତ୍ରା ଦେବୀ , ବନ ବିଭାଗର ମମତା ନାୟକ , ପଶୁ ଚିକିତ୍ସକ ଅଧକାରୀ ପିଉସ ପଣ୍ଡା , ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ , ସଡିପିଓ ଅଶକ ମହାନ୍ତି ଓ ଅଡ଼ବା ଥାନା ର ଉତ୍କଳ ମହାନ୍ତି ବରିଷ୍ଠ ବୁଦ୍ଧିଜୀବୀ ମଧୁସୁଧନ ପାଡ଼ି ମାର୍ସଏଲ ନାୟକ ଓ ଥାନା କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଭାରତୀ ଦେବି ଗୀତଗାଇ ଓଷାଚ୍ୟୁତ କରିଥିବାବେଳେ ରା.ଉଦୟଗିରି ଥାନା ଅଧିକାରୀ ମାଧିଆ ସି-ଟିମର ଗୀତ ଗାଇ ଶୁଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ମମତା ନାୟକ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ମେଡିକାଲର ଦୁଇ ଡାକ୍ତର ଡାକ୍ତର ଚିନ୍ମୟ ଓ ତନ୍ମୟଙ୍କୁ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ