ମା’କୁ ସମ୍ମାନ ଦେଶକୁ ସମ୍ମାନ’ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶ ସ୍ୱାଧିନତାର ୭୫ବର୍ଷ ପୁରଣ ଓ ୧୯୭୧ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ଦିବସରେ ଆଜାଦିକା ମହୋତ୍ସବ ଅବସରରେ ବୀଣାପାଣି ନାଟ୍ୟ ସଂସ୍ଥା ଜୟଦେବ ଭବନରେ ମା’କୁ ସମ୍ମାନ ଦେଶକୁ ସମ୍ମାନ’ ସମାରୋହ ପାଳନ ହୋଇଯାଇଛି । କନ୍ୟାର ଯତ୍ନ ନେବା ସହ ରକ୍ଷା କରିବା ଓ ମା’କୁ ସମ୍ମାନ ଦେଲେ ଆମ ଦେଶ ଆଗେଇବ । ଏଥି ପାଇଁ ସବୁ ବର୍ଗର ଲୋକ ଆଗେଇ ଆସିବା ଉଚିତ୍ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ କଳାକାର ବିଚିତ୍ର ମଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ କମଳାକାନ୍ଥ କର, ଡ଼. ବିପିନ ମିଶ୍ର, ସୁର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ସଭାପତି ଶୁକାନ୍ତି ମିଶ୍ର, ଲୟର୍ସ ଗୃପ୍ ଆବାହକ ଲିଙ୍ଗରାଜ ସାହୁ, ଇଂ ବିପିନ ବିଧାଧାରୀ ନାୟକ, ସମାଜସେବୀ ସପନ ମିଶ୍ର, ରବିନ୍ଦ୍ର ତ୍ରିପାଠୀ, ବିଜେଡ଼ି ଯୁବ ନେତା ସନ୍ତୋଷ ବେଜ୍, ନୃତ୍ୟଶିଳ୍ପୀ ଦିଲ୍ଲୀପ ସ୍ୱାଇଁ, ରାମଚନ୍ଦ୍ର ଉପାଧ୍ୟାୟ, ସନ୍ତୋଷ ମହାପାତ୍ର, ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଡ଼ ବୁଦ୍ଧଦେବ ବେହେରା ଅତିଥିମାନଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ “କନ୍ୟା ରତନ କର ଯତନ” ସ୍ମରଣୀକା ଉନ୍ମୋଚିତ ହେବା ସହ ଏକ ପଦର୍ଶନୀ କରାଯାଇଥିଲା । କନ୍ୟା ରତ୍ନଙ୍କ ଚିନ୍ତା, ବ୍ୟଥା, ଓ କୃତୀତ୍ୱର ବାର୍ତାକୁ ନେଇ ‘ସେଭ୍ ଗ୍ୟାର୍ଲ ସେଭ୍ ଇଣ୍ଡିଆ’ ନୃତ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ କନ୍ୟାମାନଙ୍କ ଦ୍ୱାରା ଚିତ୍ର, ନୃତ୍ୟ, ସଂଗୀତ, ଅଭିନୟ ଓ ବକ୍ତୁତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


