ମାଗଣା ଗ୍ରାମାଞ୍ଚଳ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଇଆରଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମନ ଠାରେ ୧୫ ଦିନ ଧରି ଅନୁଷ୍ଠିତ ମାଗଣା ଗ୍ରାମାଞ୍ଚଳ କ୍ରୀଡା ପ୍ରଶିକ୍ଷଣ ଶିବିର ସୋମବାର ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ଆଇଆରଇ ତରଫରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗକୁ ଅଞ୍ଚଳର ଆହୁରୀ ଅନେକ ସମାଜ ସେବା କାର୍ଯ୍ୟରେ ଲିପ୍ତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆଇଆରଇର ଓସକୋମ୍ ହେଡ୍ ତଥା ମୁଖ୍ୟ ମହାପ୍ରବନ୍ଧକ ଏ.ଜେ.ଜନାର୍ଥନନ୍ କମ୍ପାନୀର ଗୋଷ୍ଠୀଗତ ସାମାଜିକ ଦାୟିତ୍ୱର ବିଭିନ୍ନ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇଆରଇ ସିଜିଏମ୍ଙ୍କ ଧର୍ମପତ୍ନୀ ଏ.ରାମଲକ୍ଷ୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ଗ୍ରାମାଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଆଇଆରଇ ଉପମହାପ୍ରବନ୍ଧକ (ମାନବ ସମ୍ବଳ) ଗତି କୃଷ୍ଣ ନାୟକ କମ୍ପାନୀ ଦ୍ୱାରା କ୍ରୀଡା ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ସହ ପରିପାଶ୍ୱର୍ର ବିଭିନ୍ନ ସମାଜ ସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ପ୍ରବନ୍ଧକ(ସମ୍ବଳ) ଏସ୍.ଏସ୍.ମଲ୍ଲିକଙ୍କ ତତ୍ତ୍ୱାବଧନାରେ ଦୀର୍ଘ ୧୫ ଦିନ ଧରି କ୍ରୀଡା ପ୍ରଶିକ୍ଷଣ ଶିବିର ପରିଚାଳନା ହୋଇଥିଲା । ଏଥିରେ ଉପ ପ୍ରବନ୍ଧକ ସୁରେଶ ଚନ୍ଦ୍ର ପାତ୍ର ସଂପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଆଜିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମଙ୍ଗଳ ଅଧିକାରୀ ରଞ୍ଜିତ୍ ପଣ୍ଡା ସଂଯୋଜନା କରିଥିଲଲେ । କବାଡି (ପୁରୁଷ ଓ ମହିଳା) ୧୫ ଜଣ ଲେଖାଁଏ, ଖୋ-ଖୋରେ ଉଭୟ ବର୍ଗର ୧୫ ଜଣ ଲେଖାଁଏ ସମୁଦାୟ ୬୦ ଜଣଙ୍କୁ ମାଗଣାରେ କ୍ରୀଡା ପ୍ରଶିକ୍ଷଣ କରାଯାଇଥିଲା । ଆଜି ସେମାନଙ୍କୁ ପ୍ରମାଣ ପତ୍ର ସହ ମେଡାଲ୍ ଅତିଥିମାନେ ପ୍ରଦାନ କରିଥିଲେ । ଶିକ୍ଷାର୍ଥୀମାନଙ୍କୁ ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ, କେ.ରଘୁନାଥ ରେଡ୍ଡି, ସୁମା ଦାସ, ସୁନିତା ପାତ୍ର ଓ କାର୍ତିକ ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ