ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଛତ୍ରପୁର ଶାଖା ପକ୍ଷରୁ ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଛତ୍ରପୁର ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଚିକିତ୍ସାଳୟ ର ଏଭଳି କାର୍ଯ୍ୟ କୁ ପ୍ରଂଶସା କରିଥିଲେ l ସାମ୍ମନିତ ଅତିଥି ଭାବେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ ଯୋଗ ଦେଇ ଚିକିତ୍ସାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କ ରେ ଆଲୋକପାତ କରିଥିଲେ l ସାଇଟ ସେଭରସ ଇଣ୍ଟର ନ୍ୟାସନାଲ ର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୋଟ ୮୯ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ୧୯ ଜଣ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା l ସେହିପରି ୨୯ ଜଣ ରୋଗୀଙ୍କ ପରଳ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ ପରିଚାଳନା କରିଥିବା ବେଳେ ଚିଫ ଅପଟ୍ରୋମେଟ୍ରିଷ୍ଟ ବି. ଲଳିତା ଓ ଶୁଭଶ୍ରୀ ପାଳ, ଚକ୍ଷୁ ଟେକନିସିୟାନ କେ. ପାୟଲ ପାତ୍ର, ଗାୟତ୍ରୀ ସେଠି, ଦୀପିକା ରାଉତ, ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ର ମ୍ୟାନେଜର କାଳିଆ ବେହେରା ପ୍ରମୁଖ ସହଯୋଗ କରିଥିଲେ l