ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରାର ମା ଦକ୍ଷିଣ କାଳୀ ଯୁବକ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ, ହିଞ୍ଜିଳିକାଟୁ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ପୋଲସରା ବଜାର ସାହି ପେଣ୍ଠ ଘରରେ ନଭେମ୍ବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମା ଦକ୍ଷିଣ କାଳୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶିବିର କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଗଣା ଚକ୍ଷୁ ପରୀକ୍ଷାରେ ମୋଟ ୭୨ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଥିବା ବେଳେ ୧୦ ଜଣଙ୍କୁ ଚଷମା, ୩୫ ଜଣଙ୍କ ପରଳ ବା ମୋତିଆବିନ୍ଦୁ ଚିହ୍ନଟ ଓ ୨୫ ଜଣଙ୍କ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ସମରଝୋଳ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା। ୧୮ ଜଣଙ୍କ ଗ୍ଳୁକୋମା ପରୀକ୍ଷା କରାଇବା ସହିତ ସେମାନଙ୍କ ଫୋଟ ସଗ୍ରହ କରାଯାଇଥିଲା। ୭ ଜଣଙ୍କ ରେଟିନା ଚେକ ଅପ୍ ମଧ୍ୟ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳନୀ କାନ୍ତ ରାଉତ, ଅପଟୋମେଟ୍ରିଷ୍ଟ ଭଗବାନ ପଣ୍ଡା, ଶୁଭଶ୍ରୀ, ବି.ଭାରତୀ, ଚକ୍ଷୁ ଟେକ୍ନିସିଆନ ଆରଧନା, ରଘୁନାଥ ପାଢି ଶିବିର କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ