ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଗୁରୁବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୬ଜଣ ରୋଗୀଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ଶିବିରରେ ଅବସରପ୍ରାପ୍ତ ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀ ଓ ଡା.ସରୋଜ କୁମାର ତ୍ରିପାଠୀ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ୨୦୦୬ମସିହାରୁ ଓସ୍ତପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଏହି ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ରୋଗୀମାନଙ୍କୁ ସେବା ପ୍ରଦାନ କରାଯାଇ ଆସୁଛି ।