ମାଗଣା ଚକ୍ଷୁ ଚିକିତ୍ସା ଶିବିର

 

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ୍ ମିଡିୟମ ସ୍କୁଲର ସମ୍ମିଳନୀ କକ୍ଷରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱରସ୍ଥିତ ରୋଟାରୀ ରୟାଲ ଆଇ ହସ୍ପିଟାଲ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମାଜସେବୀ ବିଜୟ କୁମାର ଜେନା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏଥିରେ ଚିକିତ୍ସା ଲାଗି ୯୫ ଜଣ ନାମ ପଜିଂକରଣ କରିଥିବା ବେଳେ ସେଥିମଧ୍ୟରୁ ୩୦ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲକୁ ନିଆଯାଇଛି । ଚିକିତ୍ସକ ଭାବେ ଡାକ୍ତର ଦୁର୍ଗାପ୍ରସାଦ ଦାଶ ଓ ଡାକ୍ତର ଶୀଲାରାଣୀ ବରାଳ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସ୍କୁଲ ପକ୍ଷରୁ ଗିତାଂଜଳି ସ୍ୱାଇଁ ଓ ସୁଧାଂଶୁ ଶେଖର ରଥ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ