ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ପୁରସ୍ତମପୁର ଠାରେ ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଶିକ୍ଷାବିତ ନଟବର ରାଉଳ ଉଦ୍ଘାଟନ କରିଥିଲେ । ଉକ୍ତ ଶିବିରରେ ୩୨ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା । ଭୂମିକା ହସ୍ପିଟାଲର ଡକ୍ଟର ଅଶ୍ୱିନୀ ଭାରତୀ, ସାନିଭା ପ୍ରିୟଦର୍ଶନୀ କର, ରବିନ୍ଦ୍ର ଜେନା ପ୍ରମୁଖ ରୋଗୀ ମାନଙ୍କର ଆଖି ପରୀକ୍ଷା କରିଥିଲେ । ଶିବିରକୁ ଟ୍ରଷ୍ଟ ପ୍ରତିଷ୍ଠାତା ତ୍ରିଲୋଚନ ଦାସ, ସମ୍ପାଦିକା ପୂଜାରାଣୀ ବେହେରା, ଅଜୟ କୁମାର ରାଉତ, ତୋଫାନୀ ପଣ୍ଡା, ପଞ୍ଚାନନ ଜେନା, ଦୀପକ ଲେଙ୍କା ପରିଚାଳନା କରିଥିଲେ ।