ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଖଲ୍ଲିକୋଟ: କଳିଙ୍ଗ ବଶ୍ୟ ଭବନ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସତସଙ୍ଗ ବିହାର ଖଲ୍ଲିକୋଟ ଏବଂ ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦର ମିଳତ ଆନୂକୁଲ୍ୟରେ ଶଙ୍କର ଚିକିତ୍ସାଳୟ ଦ୍ଵାରା ଏକ ମାଗଣା ପରଳ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଅଧ୍ଵର୍ୟ୍ୟ ତଥା ଖଲ୍ଲିକୋଟ ସତସଙ୍ଗ ବିହାର ସଭାପତି ତ୍ରିନାଥ ମିସ୍ତ୍ରୀ ଉଦଘାଟନ କରିଥିବା ବେଳେ ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦର ସଭାପତି ତଥା ପ୍ରକୃତି ମିତ୍ର ପୂର୍ଣ୍ଣଚନ୍ଦ୍ର ବେହେରା, ଯୁବ ସାମ୍ବାଦିକ ଶ୍ରୀ ସିଲୁ ବିଶ୍ଵାଳ , ସତସଙ୍ଗ ବିହାର ଗୁରୁଭାଇ କାହ୍ନୁ ଚରଣ ପାହାନ ଙ୍କ ସହଯୋଗରେ ଆୟୋଜିତ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ସ୍ଥାନୀୟ ଅଞ୍ଚଳର ୯୧ ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇଥିବା ବେଳେ ୦୭ ଜଣକୁ ଚଷମା ପ୍ରଦାନ କରାଯାଇଥିଲା ଏବଂ ପରଳ ଚିକିତ୍ସା ନିମନ୍ତେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । ଏହା ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବାସହ ଔଷଧ, ଚଷମା ମାଗଣରେ ଦିଆଯିବ ବୋଲି କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ କହିଛନ୍ତି । ଶଙ୍କର ଚକ୍ଷୁ ଚିକିତ୍ସା ପକ୍ଷରୁ ମୁଖ୍ୟ ମିସ ଭାଗ୍ୟଲତା ଗୌଡ଼ , ଏସ. ପୁବାଈ , ଡି. ଚନ୍ଦ୍ରମା , ଉତ୍ତମା ବଡତ୍ୟା , ଆଶିଷ ସାହୁ , ଏନ. ମୁନା ପ୍ରମୁଖ ଚକ୍ଷୁ ପରୀକ୍ଷଣ କରିଥିଲେ ।