ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :-ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ଏବଂ ବ୍ରହ୍ମପୁର ସ୍ଥିତ ଇକୋସ୍ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ସହାୟତାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି କାମରାଜୁ ମହାରଣାଙ୍କ ସଂଯ୍ଧେକ୍ସନାରେ ଏବଂ କେଟିଏନପୁର ଗ୍ରାମର ବରିଷ୍ଠ ନାଗରିକ ମଂଚର ସହଯୋଗରେ ଆୟୋଜିତ ଏହି ଶିବିରରେ ମୋଟ ୩୦ ଜଣ ଗ୍ରାମବାସୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୫ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ସ୍ଥିର କରାଯାଇଥିଲା । ଏହି ୧୫ ଜଣଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ହଷ୍ପିଟାଲକୁ ପଠାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ମଂଚର ସଭାପତି ନରହରି ପ୍ରଧାନ, ଉପସଭାପତି ଘନଶ୍ୟାମ ସାହୁ ଓ ଲକ୍ଷ୍ମଣ ପାଣିଗ୍ରାହୀ, ସମ୍ପାଦକ ବାଉରୀବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଉପଭୋକ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମରେ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ବହୁବାର ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିବା ଯୋଗୁଁ ବରିଷ୍ଠ ନାଗରିକ ମଂଚ ତରଫରୁ କ୍ଲବ କର୍ମକର୍ତ୍ତା ତଥା ଇକୋସ୍ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନକୁ ଧନ୍ୟଭାଦ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ