ମାଗଣା ପୋଷାକ ବଣ୍ଟନ ମେଳା

ଆସିକା (ୱାଇଏନ୍‍ଏସ୍‍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲ ଦେବଭୂମୀରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଆନୁକୂଲ୍ୟରେ ଏକ ମାଗଣା ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲ ଦେବଭୂମୀର ପରିଚାଳନା କମିଟି ସଭାନେତ୍ରୀ ସାଗରୀ କୁମାରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସମାଜସେବୀ ଗୌରହରି ବେହେରା, ପରିଚାଳନା କମିଟିର ସଦସ୍ୟ ଜୁରେନ୍ଦ୍ର ସାହୁ ଓ ମଂଜୁଳା ନାହାକ, ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ଲବ ସେଠୀ, ରଂଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ୱାଳ, କବିତା ସାମନ୍ତରା, ଅନୁପ କୁମାର ନାୟକ, ରବିନ୍ଦ୍ର ନାୟକ, ଉଦୟ ମାଝୀ, ସଂଘମିତ୍ରା ପାଢୀ, ବବିତା ଚୌଧରୀ, ସଂଯୁକ୍ତା ବେହେରା, ଗୋପୀନାଥ ପାଢୀ, ପ୍ରଶାନ୍ତ ନାୟକ, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୩୩ ଜଣ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଆସିଥିବା ମାଗଣା ପୋଷାକ ବଣ୍ଟନ କରିବା ସାଙ୍ଗକୁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରି ବିଦ୍ୟାର୍ଥୀମାନେ ସମୟର ସଦ୍‌ବିନିଯୋଗ କରି ସୁନାଗରିକ ହେବାକୁ ଆହ୍ୱାନ କରି ଛାତ୍ରଛାତ୍ରୀମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ପରାମର୍ଶ ଦେବା ସହ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ଓ ଅବିରତ ପ୍ରୟାସ ଜାରି ରଖିବା ସାଙ୍ଗକୁ ଆଗାମୀ ଭବିଷ୍ୟତରେ ସମସ୍ତେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜର ପିତାମାତା, ଗୁରୁ, ନିଜର ଜନ୍ମମାଟି ପ୍ରତି ଥିବା କର୍ତ୍ତବ୍ୟକୁ ନଭୁଲିବାକୁ ପରାମର୍ଶ ଦେବା ସାଙ୍ଗକୁ ଶିକ୍ଷାର ମହତ୍‍ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଭଲ ପାଠ ପଢି ଭଲ ମଣିଷ ହୋଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପିଏମ୍‍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍‍ ହାଇସ୍କୁଲ ଦେବଭୂମୀରେ ଅନୁଷ୍ଠିତ ଏହି ମାଗଣା ପୋଷାକ ବଣ୍ଟନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଗାଣ୍ଡୁ ସ୍ୱାଇଁ, ନାରାୟଣ ପାତ୍ର, ଗୌରୀ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ