ବିଶ୍ୱ ଆଦିବାସୀ ଦିବସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦିବାସୀ ଜନଜାତିଙ୍କ କିଛି ଅଧିକାର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ସାମୁହିକ ଭାବେ ପ୍ରଦାନ କରିଥିଲେ | ଏହାପରେ ସ୍ଥାନୀୟ ସଭାଗୃହରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ଆଦିବାସୀ ସମାଜର ଅଧିକାର, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ୍ ସଭାପତି କ୍ଳେଶ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଡେପୁଟି ସବ୍ କଲେ୍କଟର ସଞ୍ଜୀବ ରୂପା ମାଝୀ, ଅବସର ସେନା ଅଧିକାରୀ ବିଜେଶ୍ୱର ମଲିକ, ଅବସର ପୋଲିସ୍ ଅଧିକାରୀ ପ୍ରଦୀପ ମଲିକ ଓ ବିଭିନ୍ନ ବ୍ଲକ ଅର୍ଥାତ୍ କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି, ଟିକାବାଲି ଓ ଉଦୟଗିରି ଅଞ୍ଚଳର ଦାୟିତ୍ଵରେ ଥିବା ସମସ୍ତ କର୍ମକର୍ତ୍ତା ଆଦିବାସୀ ସମାଜର ବହୁ ସଂଖ୍ୟକ ଲୋକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଯୋଗ ଦେଇଥିଲେ। କୁଇ ସମାଜ ସମ୍ପାଦକ ଦୟାନିଧି ମଲିକ ଦେଇଥିବା ସ୍ମାରକ ପତ୍ର ପଠନ କରିବା ସହିତ ଆଦିବାସୀଙ୍କ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ