ମାଗଣା ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ପ୍ରେମନଗର ପ୍ରଥମ ଗଳି ଅନ୍ତର୍ଗତ ଜୟନ୍ତୀରାଓ କ୍ଲିନିକରେ ପଦ୍ମାବତୀ ୱର୍କସ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମାବତୀ ୱାକର୍ସ କ୍ଲବର ସଭାପତି ଏ. ସତ୍ୟଭାମା ପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଡିଭିଆଇର ସଭାପତି ଜି. ଆଦି ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ଯୋଗଦେଇଥିଲେ । ଡା. ଇ. ଜୟନ୍ତୀ ରାଓଙ୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୱର୍କସ କ୍ଲବ ପକ୍ଷରୁ ରୋଗୀଙ୍କୁ ଜଳଖିଆ ଓ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା ।