ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନିମାପଡା, (ସନ୍ତୋଷ ଦାଶ):ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ଦିବସ ଅବସରରେ ଚାରିଛକ ସ୍ଥିତ ପୁରୁଷୋତ୍ତମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିରାଶ୍ରୟ ସେବାଶ୍ରମ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚାରିଛକ ପ୍ରେସ କ୍ଲବ ର ସଭାପତି ପ୍ରଫୁଲ କୁମାର କର ଯୋଗଦେଇ ପ୍ରଦୀପ ପ୍ରଜଳନ କରି ଉଦଘାଟନ ଥିଲେ। ନିରାଶ୍ରୟ ସେବାଶ୍ରମ ର ସଭାପତି ମାନସ ରଞ୍ଜନ ପାଢ଼ୀ ସଂମ୍ପାଦକ ସୁବାସ ଚନ୍ଦ୍ର ସାହୁ , ଜୟକୃଷ୍ଣ ସାହୁ ,ସତ୍ୟଭୂଷଣ ନାୟକ, କବିନ୍ଦ୍ର ନାୟକ, ନାରାୟଣ ପ୍ରସାଦ, ବୈରାଗୀ ସାହୁ, ମନୋଜ ମାଣିକ, ପ୍ରଶାନ୍ତ ବେହେରା, ତ୍ରିନାଥ ବେହେରା, ଲଷ୍ମୀଧର ବେହେରା ପ୍ରମୁଖ ଙ୍କ ତତ୍ବାବଧାନରେ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା। ଏହି ଚିକିତ୍ସା ଶିବିର ରେ ଏମସ୍ ର ସର୍ଜରି ବିଭାଗ ଡାକ୍ତର ଡ଼ .ସୁବାସିସ ପାତ୍ର ,ଚାରିଛକ ମେଡ଼ିକାଲ ର ମୁଖ୍ୟ ଚିକିତ୍ସାଧିକାରୀ ତାପସ ରଞ୍ଜନ ସାହୁ,ମେଡ଼ିସିନ ସ୍ପେସାଲିଷ୍ଟ ଆଶୁତୋଷ ଜେନା ,ମେଡ଼ିସିନ ବିଭାଗ ଡାକ୍ତର ସୌରଜିତ ଦାସ,ଓ ପ୍ରବୀଣ କୁମାର ଜେନା ଯୋଗ ଦେଇ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ। ଆରୋଗ୍ୟ ଡାଇଗୋ ନୋଷ୍ଟିକ୍ କେନ୍ଦ୍ର ପକ୍ଷରୁ ରୋଗୀ ମାନଙ୍କ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରାଯାଇଥିଲା । ଶତାଧିକ ରୋଗୀଙ୍କୁ ମାଗଣା ରେ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି।