ମାଗଣା ସ୍ୱାସ୍ଥ ସେବା ଶିବିର

ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍‍): ସାମୁଦ୍ରିକ ଝଡ଼ ଫାନି ବାତ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସମସ୍ତଙ୍କ ଘର ଦ୍ୱାର ଛାଷ ଆଦି ଭାଙ୍ଗି ଉଯୁଡି ଯାଇଛି । ରହିବାକୁ ଘର ଖଣ୍ଡେ ନାହିଁ ଚଳିବାକୁ ଜମିରେ ଫସଲ ବି ନାହିଁ । ଘର ନଥିବାରୁ ଲୋକମାନେ ବାହାରେ ପଡିଛନ୍ତି । ଭଙ୍ଗା ଘରକୁ ସଜାଡିବା ପାଇଁ ବିଳମ୍ବ ହେଉଛି । ତଦନ୍ତ ପୁର୍ବରୁ ଭଙ୍ଗା ଘର ସଜାଡି ଦେଲେ ସରକାରୀ ସାହାଯ୍ୟ ମିଳିପାରିବ ନାହିଁ । ଏ ପର୍ଯ୍ୟନ୍ତ ବ୍ଲକ ଓ ତହସିଲର ଘରଭଙ୍ଗା ତଦନ୍ତ ଆରମ୍ଭ ହୋଇନି । ସେଥିପାଇଁ ପ୍ରଭାବିତ ଲୋକମାନେ ଘର ତିଆରି ଆରମ୍ଭ କରିପାରୁ ନାହଁନ୍ତି । ଏଣେ ଅଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଜ୍ୱର ଝାଡା ଥଣ୍ଡା କାଶ କୁଣ୍ଡିଆ ରୋଗ ଆଦି ପ୍ରଭାବିତ ଅଞ୍ଚଳରେ ବ୍ୟାପୁଛି । ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନଜର କରି ସ୍ୱେଚ୍ଛାସେବୀ ସଂଗଠନ ବର୍ଣ୍ଣ ଟୁ ହେଲ୍ପ ଅଦର ଫାନି ବାତ୍ୟା ପ୍ରଭାବିତ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛି । ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ ବିଶେଷଜ୍ଞ ଡା ଲୋକେଶ ମିଶ୍ର ତେଇଶିପୁର ପ୍ରହରାଜପୁର ପିଢପାଟଣା ନାନପୁର ପୋଡଙ୍ଗ ଓ ତାର ଆଖପାଖ ଗ୍ରାମରୁ୨୦୦ ଜଣରୁ ଅଧିକ ରୋଗୀଙ୍କୁ ଚିକିସô୍ା ସେବା ଯୋଗାଇଥିଲେ । ଶିବିରରେ ଡାକ୍ତର ଲୋକେଶ ମିଶ୍ର ରୋଗୀଙ୍କୁ ମଶା ଓ ମାଛି ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ସଂଗଠନର ଏଭଳି ମହତ କାର୍ଯ୍ୟପାଇଁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ