ମାଙ୍କଡ଼ କୁକର ଙ୍କ ଅନ୍ନଦାତ୍ରୀ ପାଲଟିଛନ୍ତି ଗୀତା
ଗଞ୍ଜାମ:କରୋନା ସଂକ୍ରମଣ କୁ ରୋକିବନେଇ ସରକାର ଲକଡ଼ାଉନ ଲାଗୁକରିଥିବା ବେଳେ ଲୋକମାନଙ୍କର ଖାଇବାରେ ଅସୁବିଧା ହେଉନଥିବା ବେଳେ ପଶୁମାନଙ୍କ କ୍ଷେତ୍ରରେ ଖାଦ୍ୟ ଅଭାବ ଦେଖାଯାଇଛି । ଏହିଅସମୟରେ ଗଞ୍ଜାମ ଏନଏସି ରେ ମାଙ୍କଡ଼ ,କୁକୁର, ଗାଈ ମାନଙ୍କ ଅନ୍ନଦାତ୍ରୀ ପାଲଟିଛନ୍ତି ଗୀତା ।ବଡ଼ବଜାର ବାସିନ୍ଦା ତଥା ଜଣେ କଣ୍ଠଶିଳ୍ପୀ , ଅଭିନେତ୍ରୀ ଭାବେ ଜଣାଶୁଣା ଗୀତାଞ୍ଜଳି ସ୍ବାଇଁ ପ୍ରତିଦିନ ମାଙ୍କଡ଼ କୁକୁର ଗାଈ ମାନଙ୍କୁ ଦୁଇଓଲି ଖାଇବାକୁ ଦେଇ, ଏକ ମାନବିକତା ର ପରିଚୟ ଦେଇଛନ୍ତି । ଏହି କାର୍ଯ୍ୟପାଇଁ ତାଙ୍କ ସ୍ୱାମୀ ତଥା ମଞ୍ଚନିର୍ଦ୍ଦେଶକ ପୂର୍ଣସ୍ବାଇଁ ପ୍ରେରଣା ଦେଇଥିବା ବେଳେ ଘର ଲୋକେ ସହଯୋଗ କରନ୍ତି । ବିଶେଷ କରି ଲକଡାଉନ ଉଠିବା ପର୍ଯ୍ୟନ୍ତ ଲୋକମାନେ ପଶୁମାନ ଙ୍କ ଖାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।


