ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଦୃଷ୍ଟି ହିନ ଛାତ୍ର

ଗଞ୍ଜମ:ସାରା ବିଶ୍ଵ ରେ କରୋନା କୁ ନେଇ ଚିନ୍ତା ଏହାର ମୁକାବିଲା ପାଇଁ ସହାୟତା ର ହାତ ବଢ଼ାଉଛି ସାଧାରଣ ଜନତା । ସେ ପରିପ୍ରେକ୍ଷୀରେ ଗଂଜାମ ବ୍ଳକ ପାଳିବନ୍ଧ ପଂଚାୟତ ଅନ୍ତର୍ଗତ ମୟୁରପଦା ଗ୍ରାମ ର ଚତୁର୍ଥ ଶ୍ରେଣୀର ଦୃଷ୍ଟିହୀନ ଛାତ୍ର ପି.ନାରାୟଣ ରେଡ଼ି । ଆଜି ଗଂଜାମ ବ୍ଲକ ବିଡ଼ିଓ ଶ୍ରୀ ଜ୍ୟୋତିଶଙ୍କର ରାୟ ଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ନିଜ ୪ବର୍ଷ ର ସଞ୍ଚିତ ଅର୍ଥ ରୁ ୩୦୦୦ ଟଙ୍କା ର ଅର୍ଥରାଶି ପ୍ରଦାନ କରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ନାରାୟଣ ଭୁବନେଶ୍ୱର ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଛନ୍ତି । ବାପା ପି .କାମେଶ୍ୱର ଜଣେ ରାଜମିସ୍ତ୍ରୀ । ଛୋଟ ବେଳୁ ସେ ଦୃଷ୍ଟି ଶକ୍ତି ହରାଇଛନ୍ତି । ତେବେ ନିଜ ଆଖିରେ ଦୁନିଆ ଦେଖିନଥିବା ନାରାୟଣ ଏଭଳି ଏକ ଘଡି ସନ୍ଧି ମହୁର୍ତ୍ତ ରେ ନିଜର ଭତ୍ତା ଟଙ୍କା ରୁ କିଛି କିଛି କରି ନିଜର ସରାଗାତ ରେ ରଖିଥିବା ପାଇସା କୁ କରୋନା ଲଢେଇ ରେ ସହଯୋଗ କରିବା ପାଇଁ ଦେଇଛନ୍ତି । ଅନ୍ୟପକ୍ଷରେ ସେ ନିଜେ ଦେଖୁପାରୁନଥିଲେ ବି କରୋନା ସଂକ୍ରମଣ କୁ ନେଇ ଯାହା ଶୁଣୁଛି ସେଥିରୁ ଅନୁଭବ କରୁଛି ଯେ ଲୋକମାନେ ନିଜେ ସଚେତନତା ହେବା ସହ ଅନ୍ୟ ଙ୍କୁ ସଚେତନତା କରନ୍ତୁ । ଘରେ ରହି କରୋନା ମୁକାବିଲା କରିବା ସହ କିଛି କିଛି ସହାୟତା ପ୍ରଦାନ କରିବାକୁ କହିଛନ୍ତି ଛାତ୍ର ପି. ନାରାୟଣ। ତେବେ ନାରାୟଣଙ୍କ ଏପରି କାର୍ଯ୍ୟକୁ ଗଞ୍ଜାମ ବିଡ଼ିଓ ରାୟ ସାଧୁବାଦ ଜଣାଇବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ଅନ୍ୟ ପଟେ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ