ମାଛବିକାଳୀ ଝିଅ ଜୁଲି ଗଞ୍ଜାମ୍ ପାଇଁ ଆଣିଲେ ଗୌରବ
ଗଞ୍ଜାମ, (ବିନୋଦ ପଲାଇ):ଆନ୍ତଜିରାଜ୍ୟ କ୍ରିକେଟ ପାଇଁ ଓଡିଶା ପାଇଁ କରିବେ ପ୍ରତିନିଧିତ୍ବ ବଣମଲ୍ଲି ଆଉ ଵଣରେ ଫୁଟି ମଉଳିଯାଉନି ବଣମଲ୍ଲି ଏବେ ଚମକୁଛି ଆଉ ତାହାର ମହକରେ ସମସ୍ତଙ୍କୁ ବିମୋହିତ କରୁଛି । ଆମେ ଏମିତି ଜଣେ ବଣମଲ୍ଲି ହେଉଛନ୍ତି ଗଞ୍ଜାମ ଜିଲ୍ଲା ରମ୍ଭାର ୧୫ବର୍ଷର ଜୁଲି ବେହେରା । ଜୁଲି କୁ ନେଇ ଏବେ ରମ୍ଭା ଅଞ୍ଚଳରେ ଚର୍ଚ୍ଚା ସାଧାରଣ ମାଛ ଵିକାଳୀର ଝିଅ ହୋଇ ନିଜ ଦମ ରେ ବିନା ପ୍ରଶିକ୍ଷଣରେ ଆଜି ଓଡିଶା ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।ଗାଁ ଟାଙ୍ଗରା ଭୁଇଁରୁ ଆନ୍ତଃ ରାଜ୍ୟ କ୍ରିକେଟ ପଡ଼ିଆରେ ଚମକିଛନ୍ତି ଜୁଲି । କ୍ରିକେଟରେ ଫାଷ୍ଟ ବୋଲିଂ କରିବା କାଠିକର ପାଠ ହୋଇଥିବାବେଳେ ଜୁଲି ୧୫ବର୍ଷରୁ କମ କ୍ରିକେଟରେ ଓଡିଶା ପାଇଁ ପ୍ରତିନିଧିତ୍ୱ କରି ଷ୍ଟ୍ରାଇକ ବୋଲର ଭାବେ ବୋଲିଂ କରୁଛନ୍ତି । ନିଜ ସ୍ୱୀଙ୍ଗ ଏବଂ ସ୍ପୀଡ଼ ବୋଲିଂରେ ବିପକ୍ଷ ଦଳର ଗୋଟିଏ ପରେ ଗୋଟିଏ ନେବାରେ ସକ୍ଷମ ହୋଇଛନ୍ତି । ରମ୍ଭା ଅଞ୍ଚଳର ଏକ ଛୋଟିଆ ପରିବାରରେ ଜୁଲିଙ୍କ ଜନ୍ମ ମା ମାଛ ବିକ୍ରୀକରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଜୁଲି ପାଖରେ ଥିବା ସରକାରୀ ସ୍କୁଲ ରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ପିଲା ବେଳରୁ ହିଁ କ୍ରିକେଟ ପ୍ରତି ରୁଚି ରଖିଥିବା ଜୁଲି ଘର ପଛପଟ ଥିବା ରମ୍ଭ ମିନି ଷ୍ଟାଡିୟମରେ ପୁଅ ପିଲାଙ୍କ ସହ ଯାଇ ଖେଳିଥାନ୍ତି । ପରବର୍ତୀ ସମୟରେ ରମ୍ଭା କ୍ରିକେଟ କ୍ଳବ ରେ ସାମିଲ ହୋଇ କ୍ରିକେଟ ଖେଳିଆସୁଥିଲେ ନିଜର ଚମତ୍କାର ଫାଷ୍ଟ ବୋଲିଂ ପାଇଁ ସେ ନିଜ ଅଞ୍ଚଳରେ ବେସ ପରିଚିତ ଥିବା ବେଳେ ଏବେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି 3ଟିମ୍ୟାଚ ଖେଳି ଭଲ ପଦର୍ଶନ କରିବା ପରେ ଏବେ ତାଙ୍କୁ ଅନେକ ଆଡୁପ୍ରଶଂଶାର ସୁଅ ଛୁଟିଛି ଗତକାଲି ରମ୍ଭା କ୍ରିକେଟ କ୍ଳବ ପକ୍ଷରୁ ସଂମାନିତ କରିବା ସହ ପୁରସ୍କୃତ କରାଯାଇଛି ।ବିସିସିଆଇ ପକ୍ଷରୁ ଆୟୋଜିତ ୧୫ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣମେଣ୍ଟରେ ଜୁଲି ଭାଗ ନେଇ ଆନ୍ଦ୍ର ପ୍ରଦେଶ,ଉତ୍ତରପ୍ରଦେଶ,ଓ ଚଣ୍ଡିଗଡ଼ ବିପକ୍ଷରେ ରେ ମ୍ୟାଚ ଖେଳି ଭଲ ପଦର୍ଶନ କରିଥିଲେ । ପରିବାର ର ଆର୍ଥିକ ଅନଟନ ଭିତରେ ନିଜେ ନିଜେ ପ୍ରାକ୍ଟିଶ କରି ଓଡିଶା ପାଇଁ ପ୍ରତିନିଧିତ୍ୱ କରିଛନ୍ତି ଜୁଲି । ଆଗକୁ ଜୁଲିଙ୍କୁ ଅଵଶ୍ୟକତା ଅନୁଯାୟୀ ଭଲ ପ୍ରଶିକ୍ଷଣ ଦିଆଗଲେ ଭବିଷ୍ୟତରେ ଭଲ କ୍ରିକେଟର ହେବା ସହ ଭାରତ ପାଇଁ ପ୍ରତିନିଧିତ୍ୱ କରିପାରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ପାଠ ପଢା ସହ ନିଜେ ୮ଘଂଟା କ୍ରିକେଟ ପ୍ରାକ୍ଟିଶରେ ବିତାଉଥିବା କହିଛନ୍ତି ଜୁଲି । ଗଞ୍ଜାମରେ ଏଭଳି କେହି ରାଜ୍ୟ ପାଇଁ କିମ୍ଭା ଆନ୍ତରାଜ୍ୟ କ୍ରିକେଟ ପାଇଁ ଚୟନ ହୋଇନଥିବା ବେଳେ ଜୁଲି ପ୍ରଥମ ବାଳିକା ଭାବେ ୧୫ବର୍ଷୀୟ କ୍ରିକେଟରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି ଆଗକୁ ପାଠ ପଢା ସହ କ୍ରିକେଟ ଖେଳକୁ ନିଜ କ୍ୟାରିଅର କରିବେ ବୋଲି କହିଛନ୍ତି ଜୁଲି । ଫାଷ୍ଟ ବୋଲିଂ କ୍ଷେତ୍ରରେ ସେ ନିଜ ପାରିଦର୍ଶୀକତା ଦେଖାଇବେ ବୋଲି କହିଛନ୍ତି । ଏଣୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।


