ମାଛର ଉପକାରୀ ଗୁଣ

ମାଛରେ ମିନେରାଲ୍ସ ଭିଟାମିନ୍ସ ଓ ବହୁ ଉପକାର ପୌଷ୍ଟିକ ତତ୍ତ୍ୱ ରହିଥାଏ । ଯାହା ବହୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇହେବ । ମାଛ ଖୁବ୍ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ । ମାଛରେ ପ୍ରୋଟିନ୍, କର୍ବୋହାଇଡ୍ରେଟ୍, ଓମେଗା-୩ ଫ୍ୟାଟି ଏସିଡି୍, ଭିଟାମିନ୍ ଡି’ ଓ ବି-୨ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ।

ଥଣ୍ଡାରୁ ରକ୍ଷା କରେ: ମାଛ ଖାଇବା ଫଳରେ ଶୀତ ଦିନେ ଥଣ୍ଡା, କାଶ, ଜ୍ୱର ଓ ବ୍ୟାକ୍ଟେରିଆଲ ଇନଫେକ୍ସନରୁ ମୁକ୍ତି ମିଳିଥାଏ।

ବ୍ରେଷ୍ଟ କ୍ୟାନ୍ସର: ଅଧ୍ୟୟନ ଅନୁସାରେ ଜଣାପଡିଛି କି ଯେଉଁ ମହିଳା ସପ୍ତାହକୁ ଥରେ ବା ଦୁଇଥର ମାଛ ଖାଇଥାନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ଓ ପ୍ରୋଷ୍ଟେଟ୍ କ୍ୟାନସର ହେବା ଭୟ କମ୍ ରହିଥାଏ।

ସ୍ମୃତି ଶକ୍ତି ବୃଦ୍ଧି : ମାଛ ଖାଇବା ଦ୍ୱାରା ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ । ଏଥିସହିତ ମାନସିକ ବିକାରଗ୍ରସ୍ତ ରୋଗୀ ମଧ୍ୟ ମାଛ ଖାଇବା ବହୁତ ଭଲ। ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତ ଚାପ: ମାଛରେ ଲୋ ଫ୍ୟାଟ୍ ରହିଥିବା ଯୋଗୁଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ