ମାଛ ଚାଷ କରି ଆତ୍ମ ନିର୍ଭରଶୀଳ ହେଉଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ଜୀବିକା ମିସନ ଓ ମିସନ ଶକ୍ତି ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ଅଞ୍ଚଳରେ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନେ ବିଭିନ୍ନ ପ୍ରକାରର ହାତତିଆରି କଳାକୃତି , କୃଷିଜାତ , ଛେଳି ,କୁକୁଡ଼ା ପାଳନ କରି କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ସେନେଇ ମିଶନ ଶକ୍ତି ଆନୁକୁଲ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି l ସେହିଭଳି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକରେ ମଧ୍ୟ ସ୍ଵୟଂସହାୟକ ଗୋଷ୍ଠୀ ର ମହିଳା ମାନେ ମିଶନ ଶକ୍ତି ମାଧ୍ୟମରେ ଆଗକୁ ବଢ଼ିବାରେ ସହାୟକ ହୋଇଛି l ,ଫିରିଙ୍ଗିଆ ମିଶନ ଶକ୍ତି ର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ବାଦଲ ନାଏକ ଓ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଆଶା ନରେନ୍ଦ୍ର ମାଛ ଚାଷ ପ୍ରତି ମହିଳା ଗୋଷ୍ଠୀ ଙ୍କୁ ଆଗ୍ରହ ସୃଷ୍ଟି କରିଥିଲେ ,ମାଛ ଏକ ଭଲ ବ୍ୟବସାୟ ହୋଇଥିବା ବେଳେ ଏହାକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ କୁ ନିର୍ଭର କରିବାକୁ ପଡିଥାଏ , ସ୍ଵୟଂସହାୟକ ଗୋଷ୍ଠୀ ର ମହିଳା ମାନେ ଏଥିପାଇଁ ଆଗ୍ରହ ଦେଖି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତ ପଞ୍ଚାୟତ ମାନଙ୍କ ରେ ଥିବା ପୋଖରୀ ଗୁଡ଼ିକ ମହିଳା ଗୋଷ୍ଠୀ ଙ୍କୁ ୧୯-୨୦ ଆର୍ଥିକ ବର୍ଷ ରେ ପ୍ରଥମେ ୧୦ ଟି ସ୍ଵୟଂସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଲିଜ୍ ସୁତ୍ରରେ ପ୍ରଦାନ କରାଇଥିଲେ , ପ୍ରଥମ ବର୍ଷରେ ଭଲ ଦୁଇ ପଇସା ରୋଜଗାର ହେବାରୁ ମହିଳା ମାନେ ଏଥି ପ୍ରତି ଆକୃଷ୍ଟ ହୋଇ ୨୦-୨୧ ଆର୍ଥିକ ବର୍ଷରେ ୧୬ ଟି ଗୃପ୍ ୨୧-୨୨ଆର୍ଥିକ ବର୍ଷ ରେ ୧୧ ଟି ଗୃପ୍ ର ମହିଳା ମାନେ ମାଛ ଚାଷ ପାଇଁ ଆକୃଷ୍ଟ ହୋଇଛନ୍ତି, ବର୍ତ୍ତମାନ ବ୍ଲକର ଡିମ୍ବିରି ଗୁଡା,କେଳାପଡା,ଗୋଛାପଡା, ଫିରିଙ୍ଗିଆ,ରତଙ୍ଗ, ଲୁଇସିଙ୍ଗି,ବାଲନ୍ଦାପଡା,ଦିଣ୍ଡିରା ଗାଁ,ପବିଙ୍ଗିଆ,ତଳପଡା, ସାଢିଙ୍ଗିଆ, ପକାରୀ ପଞ୍ଚାୟତ ମାନଙ୍କ ରେ ପ୍ରାୟ ୩୭ ଟି ପୋଖରୀ ଲିଜ୍ ସୁତ୍ରରେ ନେଇ ବ୍ଲକର ୩୭ ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମାଛ ଚାଷ କରୁଛନ୍ତି , ବାହାର ଜିଲ୍ଲା କିମ୍ବା ଆନ୍ଧ୍ର ମାଛ ଅପେକ୍ଷା ଏହି ମାଛକୁ ଲୋକ ଅଧିକ ପସନ୍ଦ କରୁଥିବାବେଳେ, ପୋଖରୀ ହୁଡ଼ାରେ ହିଁ ମାଛ ବିକ୍ରୀ ହୋଇଯାଏ , ତେବେ ପ୍ରଶାସନ ପକ୍ଷରୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଲେ ଆଉଟିକେ ଲାଭଦାୟକ ହେବ ବୋଲି ଚାଷୀ କହିଛନ୍ତି । ବ୍ଲକରେ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଏଥିରେ ସ୍ଵୟଂସହାୟକ ଗୋଷ୍ଠୀ ର ମହିଳା ମାନେ ଅଧିକ ଲାଭ କରିପାରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ