ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଂଚାୟତ ର ଚି଼କଲଖଣ୍ଡି ଗ୍ରାମ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ 2କୋଟି 33 ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ନିର୍ମାଣ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ହୋଇଛି l ରାସ୍ତା ଚିକଲଖଣ୍ଡି ଠାରୁ ବାଳ କୃଷ୍ଣ ପୁର ମଧ୍ୟରେ ରାସ୍ତା ନିର୍ମାଣ ହେବ,ସେପରି ରୁକୁଣିଗାଁ ଠାରୁ ସରଭିମପୁର ରାସ୍ତା ଅଟକଳ ମୂଲ୍ୟ 1କୋଟି 35ଲକ୍ଷ ର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀବେହେରା ଙ୍କ ଦ୍ଵାରା ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡି, ଉପାଧ୍ୟକ୍ଷା ଅମିତା ସାହୁ, ବିପୁଲିଙ୍ଗି ସମିତି ସଭ୍ୟ ଜୟ ଦେବ ଲେଙ୍କା,ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତୀ ସମ୍ବିତ କୁମାର ଜେନା,କନିଷ୍ଠ ଯନ୍ତ୍ରୀ ସଚ୍ଚିଦାନନ୍ଦ ଦାଶ,ପୂର୍ବତନ ସରପଞ୍ଚ ଭଗବାନ ନାହାକ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଛତ୍ରପୁର ବ୍ଲକ ବିଜେଡ଼ି ପ୍ରବାସୀ ପ୍ରଧାନ,ଏସ.କାନ୍ତେୟା ରେଡି, ସୁକାନ୍ତ ନାହାକ ଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ