ମାଛ ଧରିବାକୁ ଯାଇ କେଳୁଣୀ ମୁହାଁଣ ଠାରେ ଯୁବକଙ୍କ ମୃତ୍ୟୁ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର କେଳୁଣୀ ମୁହାଁଣ ନିକଟରେ ଗତକାଲି ରାତିରେ ମାଛ ଧରିବାକୁ କୋରଣା ପଂଚାୟତ ବଙ୍କୁରୀ ଗ୍ରାମର ପବିତ୍ର ବିଶ୍ୱାଳ ନାମକ ଯୁବକ ଯାଇଥିଲେ।କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନ ଫେରିବାରୁ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ପବିତ୍ର ଙ୍କ ର କୌଣସି ସନ୍ଧାନ ମିଳିନଥିଲା। ତାଙ୍କ ପରିବାର ପକ୍ଷରୁ ଅସ୍ତରଙ୍ଗ ଅଗ୍ନିଶମ କେନ୍ଦ୍ର କୁ ଖବର ଦିଆଯାଇଥିଲା। ଆଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳ କେଳୁଣୀ ମୁହାଣ ଠାରେ ପହଞ୍ଚି ଖୋଜାଖୋଜି କରିବା ପରେ ମୁହାଁଣ ଠାରୁ ତାଙ୍କ ଶବ ତାଙ୍କରି ଜାଲ ରେ ଗୁଡ଼ାଇ ହୋଇଥିବା ଅବସ୍ଥାରେ ମିଳିଥିଲା। ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । କେଶ ନଂ ୫/୨୨। ଏହି ଘଟଣା ଜଣା ପଡିବା ପରେ ମୃତ ଯୁବକ ପବିତ୍ର ଙ୍କ ଗାଁ ବଙ୍କୁରି ଓ ଅସ୍ତରଙ୍ଗ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଖବରପାଇ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ, ସାଇରଞ୍ଜନ ପ୍ରଧାନ, ଗଦାଧର ବିଶ୍ବାଳ ପ୍ରମୁଖ ତାଙ୍କ ଗାଁ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର କୁ ଗଭୀର ସମବେଦନା ଜଣାଇଛନ୍ତି। ଅସ୍ତରଙ୍ଗ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ