ମାଛ ଧରୁଥିବା ବେଳେ ପବନ,ବର୍ଷା ଯୋଗୁଁ ସମୁଦ୍ର ଗର୍ଭରେ ବୁଡ଼ିଲା ଡ଼ଙ୍ଗା

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପାଞ୍ଚୟତ ର ପୋଡ଼ମପେଟା ଗ୍ରାମର ମତ୍ସ୍ୟଯିବି ମାନେ ମାଛ ଧରିବାକୁ ସମୁଦ୍ର କୁ ଯାଇଥିବା ବେଳେ ହଟାତ ବର୍ଷା ଓ ପବନ ଆସିବାରୁ ଡଙ୍ଗା ଟି ଭାରସାମ୍ୟ ହରାଇ ସମୁଦ୍ର ଗର୍ଭରେ ବୁଡି ଯାଇଥିଲା । ଫଳରେ ଚାରିଜଣ ପହଁରି କୂଳରେ ଲାଗିଥିବା ବେଳେ, ଅନ୍ୟ ଜଣେ ନିଖୋଜ ହେବାକେତେ ଘଣ୍ଟା ପରେ ପୁରୀଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ ଚିଲିକା କୂଳ ରେ ଲାଗିଥିଲା । ମୁତକ ଜଣକ ହେଲେ ସିହେଚ.ଦାନେୟା ।ଖବର ପାଇ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ଛୋଟରାୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନ କୁ ଖବର ଦେଇଥିଲେ ।ସୂଚନା ମୁତାବକ ଲକଡାଉନ ଯୋଗୁ ମତ୍ସ୍ୟଯିବି ମାନେ ମାଛ ଧରିବାକୁ ସମୁଦ୍ର ଯାଇପାରୁ ନଥିବା ବେଳେ, ସରକାର ନିୟମ କୋହଳ କରି ମାଛ ଧରିବାକୁ ଅନୁମତି ପ୍ରଦାନ କରିଥିଲେ ।ଫଳରେ ଗୋଖର କୁଦା ନିକଟସ୍ଥ ପୋଡ଼ମପେଟା ର ପାଞ୍ଚଜଣ ମତ୍ସ୍ୟଜୀବୀ ଡ଼ଙ୍ଗା ରେ ମାଛଧରିବାକୁ ସମୁଦ୍ର କୁ ଯାଇଥିଲେ ।ସମୁଦ୍ର କୂଳରୁ ପ୍ରାୟ ପନ୍ଦର କିଲୋମିଟର ଯାଇଥିବା ବେଳେ ହଟାତ ପବନ ଓ ବର୍ଷା ହେବାରୁ ଦଙ୍ଗାଭିତରେ ପାଣିପଶି ଯାଇଥିଲା । ଫଳରେ ଡଙ୍ଗା ଟି ଭାର ସାମ୍ୟ ହରାଇ ଡଙ୍ଗା ଟି ବୁଡି ଯାଇଥିଲା । ଡଙ୍ଗାରେ ମାଛଧରୁଥିବା ପାଞ୍ଚ ଜଣ ମଧ୍ୟରୁ C.H.ମଙ୍ଗଳା, ବି.ବୁଦ୍ଧିଆ , ବି.ଗଜ,ବି.ବାବାଜୀ ଗଂଜାମ ବ୍ଳକ ପ୍ରାୟଗି ସମୁଦ୍ର କୂଳେ ପଂହରି, ପହଁରି, ଲାଗିଥିଲା । ଖବର ପାଇ ସରପଞ୍ଚ ଛୋଟରାୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନ କୁ ଖବର ଦେଇଥିଲେ ।ନିଖୋଜ ଥିବା ଅନ୍ୟଜଣଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଡ଼ଙ୍ଗା ପଠାଇଥିଲେ ।ଆଜି ସକାଳ ପ୍ରାୟ ୧୦ଘଣ୍ଟ ସମୟ ରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକ ର ଚିଲିକା କୂଳେ ଭାସୁଥିବା ଦେଖାଯାଇଥିଲା । ମାତ୍ର ଡଙ୍ଗା, ଜାଲ, ମିସିନ ମିଳିନଥିଲା ।ମୃତକ ଜଣକ ହେଲେ C H. ଦାନେୟା(୧୮) ।ସେ ଘରେ ଏକ ମାତ୍ର ରୋଜଗାର ପୁଅ ହୋଇଥିବା ବେଳେ ଚାରି ଭଉଣୀ ଅଛନ୍ତି ।ଏକ ମାତ୍ର ରୋଜଗାର ପୁଅ ର ମୃତ୍ୟୁ ଖବର ପାଇ ଘର ଲୋକ ଙ୍କ କାନ୍ଦ, ବୋବାଳି ରେ ସାହି ଟା ଫାଟି ଉଠିଥିଲା । ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅବନୀ କୁମାର ସାହୁ, ଆଇଆଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । । ମୃତକ ଜଣକ ଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ