ମାଞ୍ଜା ସୂତା ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଉ

ଦିପ୍ତିମୟୀ ନାୟକ
ଆଗକୁ ଆସୁଛି ମକର ସଂକ୍ରାନ୍ତି | ଆଉ ଏହି ମକର ସଂକ୍ରାନ୍ତିରେ ପ୍ରାୟ ସମସ୍ତେ ଗୁଡ଼ି ଉଡାଇବାକୁ ବେଶ ପସନ୍ଦ କରିଥାନ୍ତି | କାରଣ ଏହା ହେଉଛି ଏକ ସର୍ବଭାରତୀୟ ପର୍ବ | ତେଣୁ ଏହି ପର୍ବକୁ ସମସ୍ତେ ବହୁତ ଉତ୍ସାହର ସହ ପାଳନ କରିଥାନ୍ତି | ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମକର ସଂକ୍ରାନ୍ତିରେ ଯେଉଁ ସବୁ ରଙ୍ଗୀନ ଗୁଡ଼ି ଉଡ଼ା ଯାଇଥାଏ ସେହି ଗୁଡ଼ି ଗୁଡିକର ସୂତାରେ କାଚର ମାଞ୍ଜା କିମ୍ବା ଧାତୁ ବୋଳା ହୋଇଥାଏ | ଯାହାଫଳରେ ପରମ୍ପରା ନାଁରେ ପ୍ରାଣହାନୀ ହୋଇଥାଏ | ବିଗତ ଦିନ ଗୁଡିକରେ ମଧ୍ୟ ଆମେମାନେ ଦେଖିଛେ ଏହି ଗୁଡ଼ି ସୂତାପାଇଁ ଏକାଧିକ ଦୁର୍ଘଟଣା ଘଟି ପ୍ରାଣହାନୀ ହୋଇଥିବାର | ତେବେ ସରକାରଙ୍କୁ ଏତିକି ଅନୁରୋଧ ଏହି ବିପଦ ସୃଷ୍ଟିକାରୀ ମାଞ୍ଜା ସୁତାକୁ ସମ୍ପୂର୍ଣ୍ଣ ନିଷେଧ କରନ୍ତୁ ଏବଂ ପ୍ରତ୍ୟେକଟି ଜୀବନକୁ ସୁରକ୍ଷିତ ରଖନ୍ତୁ | ଆଉ ଯେଉଁଠି ଯେଉଁ ବ୍ୟବସାୟୀ ମାନେ ଏହି କାଚ ଦିଆ ସୂତା, ଜୀବନ ନାଶକାରୀ ପ୍ଲାଷ୍ଟିକ ସୂତା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ l ଫଳରେ ପ୍ରତ୍ୟେକଟି ମୂଲ୍ୟବାନ ଜୀବନ ସୁରକ୍ଷିତ ହୋଇ ରହିପାରିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ