ମାଟିବଂଶ ଅବଧାନ ସମାଜର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକର ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ମାଟିବଂଶ ଅବଧାନମାନଙ୍କର ଏକ ବୈଠକ କଉଡିଆବୋରେଇ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କୀର୍ତ୍ତନ କୁମାର ନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟ ସଭାପତି ଅଭିରାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସନାତନ ଧର୍ମର ବିକାଶ ପାଇଁ ବେଦ, ପୁରାଣ, ଉପନିଷଦ, ଗୀତା, ଭାଗବତ ପାଠର ଆବଶ୍ୟକତା, ଖଡିଛୁଆଁ, ବ୍ରତ ଉପନୟନ, ନାମକରଣ କାର୍ଯ୍ୟକ୍ରମ ଆଦି ଜରୁରୀ ବୋଲି ଅବଧାନମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ପଞ୍ଚାୟତ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । ସଭାପତି ଅଶୋକ କୁମାର ମହାରଣା, ଉପସଭାପତି ପ୍ରକାଶ କୁମାର ନାୟକ ଓ ଉଦୟଭାନୁ ମହାରଣା, ସମ୍ପାଦକ ଗୈାରାଙ୍ଗ ନାୟକ, ସହସମ୍ପାଦକ ହିରଣ୍ୟ କୁମାର ନାୟକ ଓ ବିଜୟ ନାୟକ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ବ୍ଲକ ସଂଯୋଜକ କିଶୋର କୁମାର ମହାରଣା, ଗ୍ରାମପଞ୍ଚାୟତ ସଂଯୋଜକ କାଳନ୍ଦି ଚରଣ ମହାରଣା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୋଦ କୁମାର ନାୟକ, ଜୟରାମ ନାୟକ, କଣ୍ଡୁରୀ ନାଥ, ଗୋଲେଖ ନାୟକ, କୁମର ଦାସ, ପରିକ୍ଷିତ ଦାସ, ପଞ୍ଚୁ ମହାରଣା, ଶୁକଦେବ ମହାରଣା ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଥିଲା । ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାୟକ, ବ୍ଲକ ସଂପାଦକ ହରେକୃଷ୍ଣ ମହାରଣା, ସଭାପତି ଅଭୟ କୁମାର ଦାସ, ସଂଯୋଜକ ଅଶୋକ କୁମାର ଗେରୁ, ଉଦୟ କୁମାର ନାଥ ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ