ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଜିଲ୍ଲାରେ ୫୨୩ ପରୀକ୍ଷାର୍ଥୀ ଅନୁପସ୍ଥିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ୫୨୩ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିିଛି । ଦ୍ୱିତୀୟ ଭାଷା ଇଂରାଜୀରେ ୫ଜଣ ଛାତ୍ରଛାତ୍ରୀ କପି କରୁଥିବା ବେଳେ ଧରାପଡି ବୁକ୍ ହୋଇଥିବା ଜଣାପଡିଛି । ମାଟ୍ରିକ ପରୀକ୍ଷା ପାଇଁ ୧୯ ହଜାର ୪୧୪ ଜଣ, ମଧ୍ୟମା ପରୀକ୍ଷା ପାଇଁ ୩୦୫ ଜଣ, ଏକ୍ସ ରେଗୁଲାର ୫୯ଜଣ ଏବଂ ପତ୍ର ବିନିମୟରେ ପରୀକ୍ଷା ପାଇଁ ୧୬୩ ଜଣ ଏହିପରି ମୋଟ ୧୯ ହଜାର୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମଫିଲପ କରିଥିଲେ । ସେଥିମଧ୍ୟରୁ ମଧ୍ୟମାରେ ୮୦ ଜଣ, ପତ୍ର ବିନିମୟରେ ୨୬ ଜଣ, ଏକ୍ସ ରେଗୁଲାର ୧୦ଜଣ ଏବଂ ହାଇସ୍କୁଲ ପରୀକ୍ଷାରେ ୪୧୭ ଏହିପରି ମୋଟ୍ ୫୨୩ ଜଣ ପରୀକ୍ଷାର୍ଥୀ ଦ୍ୱିତୀୟ ଦିନର ପରୀକ୍ଷାରେ ଅନୁପସ୍ଥିତ ଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।